ଭାରତୀୟ ଦୁର୍ନୀତି ନିବାରଣ ସଂସ୍ଥା : ଓଡ଼ିଶା ରାଜ୍ୟ ଶାଖା ଜାତୀୟ ସମ୍ପାନ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଭାରତର ଅଗ୍ରଣୀ ଦୁର୍ନୀତି ନିବାରଣ ସାମାଜିକ ଅନୁଷ୍ଠାନ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା, ଓଡ଼ିଶା ରାଜ୍ୟଶାଖା ପକ୍ଷରୁ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ପାଦନକୁ ଅନୁଷ୍ଠାନର ଜାତୀୟ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର ଶ୍ରୀଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କିର ଉଦ୍‌ଘାଟନ କରି କହିଲେ ଯେ, ଏହି ସର୍ବଭାରତୀୟ ସଂଗଠନ ଗତ ଦୁଇ ଦଶନ୍ଧି ଧରି ସଫଳତା ପୂର୍ବକ ଦାୟିତ୍ୱ ନିର୍ବାହ କରି ଆସୁଛି । ଦୁର୍ନୀତିରେ ଦେଶର ଦ୍ୱିତୀୟ ସ୍ଥାନରେ ଥିବା ଆମ ରାଜ୍ୟର ସ୍ଥିତିରେ ସୁଧାର ଆଣିବା ପାଇଁ ଜିଲ୍ଲା ତଥା ଉପଖଣ୍ଡସ୍ତରୀୟ କମିଟି ଉଦ୍ୟମରତ ଅଛି ବୋଲି ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍ଥାର ରାଜ୍ୟ ଉପସଭାପତି ଡଃ ଶିବପ୍ରସାଦ ବେହେରା ସ୍ୱାଗତ ସମ୍ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ପାନର ସଫଳତା କାମନା କରି ଅନୁଷ୍ଠାନର ଶ୍ରୀ ଅଶୋକ କୁମାର ତ୍ରିପାଠୀ ଓ ଜାତୀୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଆଶୁତୋଷ ତ୍ରିପାଠୀ ପଠାଇଥିବା ବାର୍ତ୍ତା ପାଠ କରାଯାଇଥିଲା । ଏହି ସମ୍ପାନରେ ଭାଗ ନେଇଥିବା ବିଭିନ୍ନ ବିଶେଷଜ୍ଞ ତଥା ବୁଦ୍ଧିଜୀବୀ ଦୁର୍ନୀତି ନିବାରଣ ପାଇଁ ସେମାନଙ୍କର ପ୍ରସ୍ତାବ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଉପସ୍ଥାପିତ ହୋଇଥିବା ବିଭିନ୍ନ ଚିନ୍ତନ ଓ ପ୍ରସ୍ତାବ ରାଜ୍ୟରୁ ଦୁର୍ନୀତିକୁ ହ୍ରାସ କରିବାରେ ସଫଳ ହେବ ବୋଲି ମତପ୍ରକାଶ ପାଇଥିଲା । ସମ୍ପାନ ପରିଶେଷରେ ଅନୁଷ୍ଠିତ ହୋଇଥିବା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଲୋକାୟୁକ୍ତଙ୍କ ନ୍ୟାୟିକ ସଦସ୍ୟ ଜଷ୍ଟିସ ବିଜୟ କୁମାର ନାୟକ ଯୋଗଦେଇ ଦୁର୍ନୀତି ନିବାରଣ ଆଇନ, ବ୍ୟବସ୍ଥା ତଥା ପ୍ରଶାସନିକ ସଞ୍ଚାଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ନିଜ ବକ୍ତବ୍ୟରେ ସେ ବହୁ ଗଠନମୂଳକ ତଥା ଉପଦେଶାତ୍ମକ ପ୍ରସ୍ତାବ ମାଧ୍ୟମରେ ସାମାଜିକ ଅନୁଷ୍ଠାନ ମାନଙ୍କର ଦାୟିତ୍ୱବୋଧ ତଥା ଶୃଙ୍ଖଳିତ କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ମାନବିକ ଅଧିକାର ଆୟୋଗର ଅନୁସନ୍ଧାନ ନିର୍ଦ୍ଦେଶକ ତଥା ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଦୁର୍ନୀତିର ବ୍ୟାପକତାକୁ ସଙ୍କୁଚିତ କରିବାରେ ସାମାଜିକ ଅନୁଷ୍ଠାନ ମାନଙ୍କର ଭୂମିକା ଅତିବ ଗୁରୁତ୍ୱପୂର୍ଣ୍ଣ । ତେଣୁ ତାହା ସଦସ୍ୟମାନେ ଦାୟିତ୍ୱ ସମ୍ପନ୍ନ ଭାବେ ଆଇନ୍‌ଗତ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କଲେ ସଫଳତା ମିଳିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପସଭାପତି ଡଃ ସୁକାନ୍ତୀ ମିଶ୍ର ଯୋଗଦେଇ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ମହିଳାମାନଙ୍କ ବିଶେଷ ଭୂମିକା ନେଇ ମତବ୍ୟକ୍ତ କରିଥିେଲେ । ରାଜ୍ୟ ସଭାପତି ଶ୍ରୀ କିଶୋର ଚନ୍ଦ୍ର କର ଓ ରାଜ୍ୟ ସାଧାରଣ ସମ୍ପାଦକ ଇଂ ବିପିନ ବିହାରୀ ନାୟକ ବାର୍ଷିକ ବବରଣୀ ପ୍ରଦାନ କରି ଅନୁଷ୍ଠାନର ଆଗାମୀ ଦିନର ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପାଦକ (ଲୋକ ସମ୍ପର୍କ) ଶ୍ରୀ ଗୋଲକ ବିହାରୀ ସିଂହଙ୍କ ଲିଖିତ ଦୁର୍ନୀତି ନିବାରଣ ସମ୍ପର୍କୀୟ ଦୁଇଟି ପୁସ୍ତିକା ଏବଂ ସ୍ମରଣିକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ଦୁର୍ନୀତି ନିବାରଣ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଅକ୍ଷୟ କୁମାର ପାଣି (ପ୍ରାକ୍ତନ ଆଇ.ଏ.ଏସ୍ ତଥା ପ୍ରଶାସକ), ଉପସଭାପତି ଦୁର୍ଲଭ ସିଂ, ଡଃ ଶିବ ପ୍ରସାଦ ବେହେରା, ଡଃ ସୂର୍ଯ୍ୟ ନାରାୟଣ ରଥ, ସଂଗଠନ ସମ୍ପାଦକ ସୁରେଶ ଚନ୍ଦ୍ର ଚୌଧୁରୀ, କର୍ମକର୍ତ୍ତା ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମତୀ ଅନିନ୍ଦିତା ଦାସ, ଅଶୋକ ମହାନ୍ତି, ଶ୍ରୀ ଧୀର ମୋହନ ରାୟ, ଆଶୁତୋଷ ଦାଶ, ବିବେକାନନ୍ଦ ମହାନ୍ତି, ଶ୍ୟାମସୁନ୍ଦର ମହାନ୍ତି, ବିରଜା ମିଶ୍ର, ମାନସ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀମତୀ ଅନିନ୍ଦିତା ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ରାଜ୍ୟ କମିଟି ଯୁଗ୍ମ ସମ୍ପାଦକ ଶ୍ରୀ ବାଳକୃଷ୍ଣ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦୁର୍ନୀତି ନିବାରଣ ସଂସ୍ଥା ସହିତ ସମ୍ପୃ୍‌ତ ଥିବା ଶତାଧିକ ସଦସ୍ୟ ଓ କର୍ମୀ ଯୋଗଦାନ କରିଥିଲେ । ସମ୍ମିଳନୀର ସଫଳତାକୁ ନେଇ ଅତିଥିବୃନ୍ଦ ଆନନ୍ଦ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ