ଭୁବନେଶ୍ୱରର କରୋନା ପଜିଟିଭ ବୁଗୁଡ଼ାରେ ଏକାକୀ ବାସ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଜଣେ କରୋନା ପଜିଟିଭ ବୁଗୁଡା ସହରରେ ଏକାକୀ ବାସ ( ସଙ୍ଗ ରୋଧ )ରେ ରହିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡିଛି ଯେ ରାଜଧାନୀ ଭୁବନେଶ୍ବରରେ ରହୁଥିବା ଜଣେ ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଦେବାରୁ ସେ କରୋନା ଟେଷ୍ଟ କରିଥିଲେ । କରୋନା ଟେଷ୍ଟରେ ପଜିଟିଭ ବାହାରିବା ପରେ ନିଜ ସହର ବୁଗୁଡାକୁ ଫେରି ସଙ୍ଗରୋଧରେ ରହିଛନ୍ତି । ବୁଗୁଡା ଅଞ୍ଚଳରେ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇନଥିବା ବେଳେ ଭୁବନେଶ୍ୱର ରେ କରୋନା ଆକ୍ରାନ୍ତ ହୋଇ ବୁଗୁଡ଼ାରେ ନିଜ ଘରେ ଏକାକୀ ବସବାସ କରୁଥିଲେ ମଧ୍ୟ ଏଦିଗରେ ପ୍ରଶାସନ ଓ ଜନସାଧାରଣ ସତର୍କତା  ଅବଲମ୍ବନ କରିବା ଜରୁରୀ ଅଟେ । ସମସ୍ତେ ଯେପରି ମାସ୍କ ବ୍ୟବହାର ସହ ବ୍ୟବଧାନ ଓ ହାତ ସଫା କରିବେ ସେଥିପାଇଁ ବର୍ତ୍ତମାନ ଠାରୁ ଜନ ସଚେତନତା କରିବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ