କୂଳଲଙ୍ଘୁଛି ସମୁଦ୍ର, ଭୟଭୀତ ଅବସ୍ଥାରେ ଆର୍ଯ୍ୟପଲ୍ଲୀ ଗାଁ

ଛତ୍ରପୁର, (ଦେବଦତ୍ତ ମହାରଣା) : ଦିନକୁ ଦିନ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ । ସମୁଦ୍ର ଏପଟେ ଥିବା ଆର୍ଯ୍ୟପଲ୍ଲୀ ଗାଁ ସମୁଦ୍ର କୂଳରେ ରହିଥିବା ଯୋଗୁଁ ସମୁଦ୍ର ଧିରେ ଧିରେ କୂଳ ଲଙ୍ଘିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଆର୍ଯ୍ୟପଲ୍ଲୀ ପଂଚାୟତ ବାସି । ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିବା ବେଳେ ସମୁଦ୍ର ଅଶାନ୍ତ ଯୋଗୁଁ ସମୁଦ୍ର ଏବେ ଗ୍ରାମ ନିକଟବର୍ତ୍ତୀ ହେବାରେ ଲାଗିଛି । ସମୁଦ୍ର କୂଳରେ ରହିଥିବା ଘର ଗୁଡିକ ଆଗାମୀ ଦିନରେ ବହୁ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ବେଳେ ଧିରେ ଧିରେ ଗ୍ରାମଟି ସମୁଦ୍ର ଆଁରେ ପଶିଯିବାର ମଧ୍ୟ ବହୁ ସମ୍ବାବନା ରହିଛି । ଏଥିପ୍ରତି ପ୍ରଶାସନ ହସ୍ତକ୍ଷେପ ନ କଲେ ମାନଚିତ୍ର ରୁ ଆର୍ଯ୍ୟପଲ୍ଲୀ ପଂଚାୟତ ହଜିଯିବାର ସମ୍ଭାବନା ରହିଛି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏଣୁ ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ଆର୍ଯ୍ୟପଲ୍ଲୀ ପଂଚାୟତର ମତ୍ସ୍ୟଜିବୀ ନେତା ଏମ୍‌. ଗୁମାଲି, ଏନ୍‌. ଦୀନବନ୍ଧୁ, କାହ୍ନୁ ଚରଣ ବେହେରାଙ୍କ ସମେତ ବହୁ ମତ୍ସ୍ୟଜିବୀ ମାନେ ଦାବି କରିଛନ୍ତି । କେବଳ ଆର୍ଯ୍ୟପଲ୍ଲୀ ନୁହେଁ, ସମୁଦ୍ର କୂଳରେ ଥିବା ଜିଲ୍ଲାର ଅନେଟ ସମୁଦ୍ର ତଟବର୍ତ୍ତୀ ଅଂଚଳ ଗୁଡିକରେ ବାସ କରୁଥିବା ଲୋକମାନେ ଭୟଭୀତ ହୋଇପଡିଲେଣି । ଉକ୍ତ ଗ୍ରାମରେ ବହୁ ମତ୍ସ୍ୟଜିବୀ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ମାଛ ମାରି ସେମାନେ ନିଜ ଜିବନ ଜିବୀକା ପ୍ରତିପୋଷଣ କରୁଥିବାରୁ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଯୋଗୁଁ ସମୁଦ୍ର କୂଳ ଲଙ୍ଘୁଥିବା ଯୋଗୁଁ ପାଣି ଗାଁ ରେ ପଶିଯିବାର ଆଶଙ୍କା ରହିଛି । ଯାହା ଦ୍ୱାରା ସେମାନେ ସମୁଦ୍ର ମଧ୍ୟକୁ ଯିବାକୁ ଭୟଭୀତ କରୁଛନ୍ତି । ଏହା ସହ ଦୈନିକ ଜଳ ବତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳ ଭାଗକୁ ମାଡି ଆସୁଛି । କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି । ଏଣୁ ତୁରନ୍ତ ପଦକ୍ଷେପ ନେଇ ଏହାର ସମାଧାନ କରିବାକୁ ଅଂଚଳବାସୀ ମାନେ ଦାବି କରିଛନ୍ତି । ଅନ୍ୟପଟେ ଗୋପାଳପୁର ବନ୍ଦର ପକ୍ଷରୁ ଅଂଚଳବାସୀଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ର କୁଳରେ ପଥର ବାଡ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଦେଖିବାକୁ ମିଳିଛି । ସେହିପରି ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ନିକଟରେ ଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଭଗ୍ନ ଅବସ୍ଥାରେ ରହିଛି । ଏହି ଥାନାର ନୂତନ କୋଠା ନିମନ୍ତେ ଏକ ଯାଗା ଚିହ୍ନଟ କରାଯାଇଛି । ଖୁବ୍ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ