ପୂର୍ବତନ କାଉନସିଲରଙ୍କ ଦେହାନ୍ତ : ସହରରେ ଶୋକର ଛାୟା
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡ଼ା ଏନଏସିର ପ୍ରାକ୍ତନ କାଉନସିଲର ଧୋବା ସ୍ୱାଇଁ(୫୪)ଙ୍କ ପରଲୋକ ଘଟିଛି I ବର୍ତ୍ତମାନ ତାଙ୍କ ସ୍ତ୍ରୀ ରିଭା ସ୍ୱାଇଁ ୧୧ ନଂ ୱାର୍ଡର କାଉନସିଲର ଥିବାବେଳେ ପୂର୍ବରୁ ୧୨ ନଂ ୱାର୍ଡରେ ଧୋବା ସ୍ବାଇଁ କାଉନସିଲର ଥିଲେ l ମୃତ୍ୟୁ ଖବର ପାଇବା ପରେ ନାଗରପାଳ ଚିତ୍ରସେନ ପ୍ରଧାନ, ସାଂସଦ ପ୍ରତିନିଧି ବସନ୍ତ ଦଳେଇ, ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ପୂଜାରାଣୀ ପାଣିଗ୍ରାହୀ, ସସ୍ମିତା ଜେନା, ପିଙ୍କି ନାହାକ, ଆଶୁତୋଷଙ୍କ ସମେତ ଅନ୍ୟାନ୍ୟ କାଉନସିଲର ଓ ବିଜେଡି କର୍ମୀମାନେ ତାଙ୍କର ରଘୁନାଥ ସାହି ସ୍ଥିତ ବାସଭାବନରେ ପହଞ୍ଚି ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ପୁଅ, ଝିଅ, ଜ୍ୱାଇଁ, ଭାଇଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସହରରେ ଶୋକର ଛାୟା ଖେଳି ଯାଇଥିଲା I ତାଙ୍କ ଶବାଧାରକୁ ଶୋଭାଯାତ୍ରାରେ ନିଆଯାଇ ବ୍ୟାଘ୍ରଦେବୀ ଶ୍ମଶାନ ରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା I