ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କୁ ପ୍ରଶିକ୍ଷଣ 

ଅନୁଗୋଳ,(ଯୁଗାବ୍ଦ ନ୍ୟୁଜ) : ଅନୁଗୁଳ ଜିଲ୍ଲାରେ ନିର୍ବାଚନ ଘୋଷଣା ହେବା ପରେ ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା କୁ ତ୍ୱରାନ୍ୱିତ ଭାବେ ପରିଚାଳନା କରାଯାଉଛି ଓ ଇତି ମଧ୍ୟରେ ଭୋଟିଂ ମେସିନ ସମସ୍ତ ରିଟର୍ଣ୍ଣିଂ ଅଫିସର ମାନଙ୍କ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି।ଆଜିଠାରୁ ଜିଲ୍ଲାର ଷୋହଲଟି ସ୍ଥାନରେ ଏକ ସମୟରେ ଆରମ୍ଭ ହେଲା ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କ ତାଲିମ କାର‌୍ୟ୍ୟକ୍ରମ ଯାହାକୁ ଜିଲ୍ଲାପାଳ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି।ଏହି କାର‌୍ୟ୍ୟକ୍ରମ ଜିଲ୍ଲା କାର‌୍ୟ୍ୟାଳୟ, ଜିଲ୍ଲା ପରିଷଦ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଅନୁଗୁଳ ବ୍ଲକ,ଅନୁଗୁଳ ପୌରପାଳିକା ଓ ଛେଣ୍ଡିପଦା ବ୍ଲକ ର ସମ୍ମିଳନୀ ଗୃହ ସମେତ ଜିଲ୍ଲାର ଅନ୍ୟାନ୍ୟ ଦଶଟି ତାଲିମ କେନ୍ଦ୍ରରେ ଏକ ସମୟରେ ଅନୁଷ୍ଠିତ ହେଉଛି।ପ୍ରତ୍ୟେକ ତାଲିମ କେନ୍ଦ୍ରରେ ପଚାଶ ଜଣ ଲେଖାଏଁ ପ୍ରିଜାଇଡିଂ ଓ ପ୍ରଥମ ପୋଲିଂ ଅଫିସର ମାନଙ୍କୁ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ମାଷ୍ଟର ଟ୍ରେନର ମାନେ ତାଲିମ ଦେବା ସହ ଇ ଭି ଏମ-ଭି ଭି ପାଟ ସମ୍ପର୍କରେ ନିଜେ ପ୍ରଦର୍ଶନ କରାଉଛନ୍ତି।ସମୁଦାୟ ୨୭୯୬ ଜଣ ଉଭୟ ପ୍ରିଜାଇଡିଂ ଅଫିସର ଓ ପ୍ରଥମ ପୋଲିଂ ଅଫିସର ବିଭିନ୍ନ ପର‌୍ୟ୍ୟାୟରେ ଚଳିତ ମାସ ୨୭ ତାରିଖ ପର‌୍ୟ୍ୟନ୍ତ ତାଲିମ ଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ