ବିଲରୁ ବିଷଧର ସାପକୁ ଉଦ୍ଧାର କଲେ ହେଲ୍ପ ଲାଇନ ସଦସ୍ୟ ଚିରଞ୍ଜିବୀ ସିଂ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ବର୍ଷା ବିଳମ୍ବ ଯୋଗୁଁ ଚାଷ ମନ୍ଥର ଗତିରେ ଚାଲିଛି । ଶ୍ରାବଣ ମାସ,ଚାଷ ଋତୁ। । କିଛି ଦିନ ହେଲା ବର୍ଷା ଯୋଗୁଁ ଚାଷୀମାନେ ଚାଷ ପାଇଁ ତରତର ହେଉଛନ୍ତି । ଶିଘ୍ର ଶିଘ୍ର ରୁଆ ଵେଉଷଣ କାମ ପାଇଁ ଚାଷୀ ବ୍ୟସ୍ତ । ମୟୂରଭଞ୍ଜ ଜିଲ୍ଲାର ଭାଲୁବଷା ପଞ୍ଚାୟତର ନାଉଯୋଡା ଗ୍ରାମ ରାସ୍ତା ପାର୍ଶ୍ବ ବିଲରେ ଚାଷୀମାନେ ଚାଷ କରୁଥିବାବେଳେ ବିଲ ହିଡ ପାଖରୁ ଏକ ବିଶାଳକାୟ ବିଷଧର ନାଗ ସାପ ସେମାନଙ୍କୁ ଦେଖି ଆଉ ଗର୍ଜନ କରି ଭୟଭୀତ କରାଇଥିଲା । ଚାଷୀମାନେ ଡରିଯାଇ ବିଲକାମ ଛାଡି ରାସ୍ତାକୁ ପ୍ରାଣ ବିକଳରେ ଦୌଡ଼ି ଆସି ବନ ବିଭାଗକୁ ଖବର ଦେଇଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ବାଇଦାପୋଷୀ ଗ୍ରାମର ବନ୍ୟପ୍ରାଣୀ ପ୍ରେମୀସ୍ନେକ ହେଲ୍ପ ଲାଇନ ସଦସ୍ୟ ତଥା ସର୍ପ ସୁରକ୍ଷା କର୍ତ୍ତା ଯୁବ ସମାଜସେବୀ ଚିରଞ୍ଜିବୀ ସିଂ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଲ ହିଡରେ ପଶି କୌଶଳରେ ବିଷଧର ସାପକୁ ଉଦ୍ଧାର କରିବା ସହ ଦୁବୁଲାବେଡା ସଂରକ୍ଷିତ ଜଙ୍ଗଲରେ ସାପଟିକୁ ଛାଡି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ