ନରେନ୍ଦ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ସଭାପତି ପି. ରାମା ରାଓ ପାତ୍ର, ସମ୍ପାଦକ ପ୍ରସନ୍ନ ଛୋଟରାୟ , ଗଙ୍ଗାପାଣି ଦାଶ, ଏମ .ମାଧୁରୀ କ୍ରିଷ୍ଣା ଚନ୍ଦ୍ର ଜେନା , ବରୁଣ କୁମାର ପାଣିଗ୍ରାହୀ , ଡାକ୍ତର ସରୋଜ ବନ୍ଧୁ ମହାପାତ୍ର, ଡାକ୍ତର ସନ୍ତୋଷିନୀ ସେଠୀ, ଡାକ୍ତର ରାମାନୁଜ ପଟ୍ଟନାୟକ , ସିମାଞ୍ଚଳ ପ୍ରଧାନ ଓ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତେ ବୃକ୍ଷ ରୋପଣ କରିଥିଲେ ।


