ପିତୃହରା ମେଧାବୀ ଛାତ୍ରକୁ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଡିପ୍ଲୋମାରେ ନାମଲେଖା ହେଲା

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା)  :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପିତୃହରା ମେଧାବୀ ଛାତ୍ରକୁ ସରକାରୀ ପୋଲିଟେକ୍ନିକରେ ନାମ ଲେଖାଇଥିବାର ଜଣାପଡିଛି | ଜିଲ୍ଲାପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟିର କର୍ମକର୍ତ୍ତାମାନେ ପିତୃହରା ମେଧାବୀ ଦଶମ ଶ୍ରେଣୀର ଛାତ୍ର ୮୧.୧୬ ପ୍ରତିଶତ ନମ୍ବର ରଖି ଚଳିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ | ଉକ୍ତ ଛାତ୍ରଙ୍କ ବିଷୟରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଅବଗତ ହେବାପରେ ଛାତ୍ର ଜଣକୁ ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ପୋଲିଟେକ୍ନିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ | ଜିଲ୍ଲାପାଳଙ୍କ ପରାମର୍ଶ ପରେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟର କର୍ମକର୍ତ୍ତାମାନେ ଛାତ୍ରଙ୍କ ଗ୍ରାମ ଠାରେ ପହଞ୍ଚି ଉପଦେଶ ଦେଇଥିଲେ | ଏହାପରେ ଛାତ୍ର ଜଣକ ପୋଲିଟେକ୍ନିକ ମହାବିଦ୍ୟାଳୟରେ ନାମ ଲେଖାଇବା ପାଇଁ ରାଜିହୋଇ ଫର୍ମ ଭରିଥିଲେ | ଏହାପରେ ଛାତ୍ରଜଣକୁ ପଲିଟେକ୍ନିକ ଡିପ୍ଲୋମା ମହାବିଦ୍ୟାଳୟରେ ଆଡମିଶନ ମିଳିଥିବାର ପ୍ରଶାସନ ସୂତ୍ରରୁ ପ୍ରକାଶ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ