ପ୍ଲାଷ୍ଟିକ ହଟାଇବା ପାଇଁ ‘ରାଇଡ’ର ମାରାଥନ ପ୍ରୟାସ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବାରତୁଙ୍ଗା ଗ୍ରାମରେ ସ୍ୱେଛାସେବୀ ସଂଗଠନ ରାଇଡ ଓ ଏନ.ଆଇ. ଏନ.ଏଫ.ଇ.ଟି.ର ମିଳିତ ଆନୁକୂଲ୍ୟରେ ଅନୁସୂଚିତ ଜାତି ମହିଳାମାନଙ୍କ ପାଇଁ ଏକ ଦଶ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏନ.ଆଇ. ଏନ. ଏଫ. ଇ. ଟି.ର ଲକ୍ଷ୍ମୀକାନ୍ତ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାବାର୍ଡର ଡିଡିଏମ ଅଶୋକ କୁମାର ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ବୈଜ୍ଞାନିକ ସୁଜାଇ ଦାସ, ସହକାରୀ ଅଜୟ ଘୋଷ, ଟେକନିସିଆନ କାଞ୍ଚନ ରାୟ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀ ମହିଳାମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅତିଥିମାନଙ୍କ ମତରେ ଆଜିବି ମାର୍କେଟ ରେ ଚାହିଦା ଥିବା ୧୧୦ ପ୍ରକାର ଝୋଟ ତିଆରି ସାମଗ୍ରୀ ତିଆରି କରାଯାଇପାରିବ । ସେଥି ମଧ୍ୟରୁ ଝୋଟ ତିଆରି ରାକ୍ଷୀ ଅନ୍ୟତମ । ଏହି ଝୋଟ ତିଆରି ସାମଗ୍ରୀର ବ୍ୟବହାର ବୃଦ୍ଧି ମାଧ୍ୟମରେ ପ୍ଲାଷ୍ଟିକର ବ୍ୟବହାରକୁ ହଟାଯାଇ କିମ୍ବା ରୋକାଯାଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ‘ରାଇଡ’ର ସମ୍ପାଦକ କିଶୋର କୁମାର ସାହୁ ଏହି ଶିବିରର ପରିଚାଳନା କରିଥିଲେ । ‘ରାଇଡ’ ପକ୍ଷରୁ ଏହାପୂର୍ବରୁ ପ୍ରାୟ ୮ଥର ଜିଲ୍ଲାର ବିଭିନ୍ନ ସ୍ଥାନରେ ଝୋଟରେ ନିର୍ମିତ ସାମଗ୍ରୀ ତିଆରି କରିବାକୁ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଫଳରେ ଝୋଟଚାଷ ପ୍ରତି ବିମୁଖ ହୋଇପଡିଥିବା ଚାଷୀମାନେ ଝୋଟଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ । ତେଣୁ ରାଇଡ ପକ୍ଷରୁ ଝୋଟ ନିର୍ମିତ ସାମଗ୍ରୀ ତିଆରି ପାଇଁ ମାରାଥନ ପ୍ରୟାସ କରାଯାଉଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ