ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଓଡିଶା ବିକଳାଙ୍ଗ ମଞ୍ଚ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ବର୍ଷ ପରେ ଏହି ଶିବିର ଅନୁଷ୍ଠିତ ହେଉଥିବାରୁ ଆଜି ହଜାରେ ରୁ ଉର୍ଦ୍ଧ ଲୋକଙ୍କ ଭିଡ ଜମିଥିଲା । ୩୧ଟି ଯାକ ପଞ୍ଚାୟତରୁ ଭିନ୍ନକ୍ଷମ ମାନେ ଧାଇଁ ଆସିଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରମାଣପତ୍ରଟିଏ ହାସଲ କରିବାକୁ । ମୋଟ ୬୪୮ଜଣ ଆବେଦନକାରୀ ନାମ ପଞ୍ଜିକୃତ କରିଥିବାବେଳେ ଆଉ କିଛି ଫେରି ଯାଇଥିବା ଦେଖିବାକୁ ମିଳିଥିଲା । ବିଡିଓ ବିଚିତ୍ର କୁମାର କର, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପ୍ରମୁଖ ଶିବିର ପରିଦର୍ଶନ କରିଥିଲେ । ଏଥିରେ ଡାକ୍ତର ଅନିଲ କୁମାର ପଣ୍ଡା, ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଡାକ୍ତର ସଞ୍ଜୟ ବେହେରା, ଡାକ୍ତର ସୁଶାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରିଥିବାବେଳେ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ନାୟକ, ଅବିନାଶ ପତି, ପି.ଏ ରାଜେଶ କୁମାର ସାହୁ, ପିଇଓ ନରହରି ନାୟକ, ଜିତେନ୍ଦ୍ର ଜେନା, ଶରତ କୁମାର ବେଜ, ମିନାକ୍ଷୀ ମୋନାଲିସା ଜେନା, ଜିଆରଏସ ବିକାଶ ଜେନା, ପଙ୍କଜ ତ୍ରିପାଠୀ, ବିଷ୍ଣୁ ସାହୁ, ଯୋଗାଣ ବିଭାଗ ଡିଇଓ ଜୀବନ ରାଉତ, ଜ୍ୟୋତି ରଞ୍ଜନ ମିଶ୍ର, ବିଜୟ ପଳତା, ବିନୋଦ କୁମାର ସାହୁ, ସୁଦର୍ଶନ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିରରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ନେଇ ଓଡିଶା ବିକଳାଙ୍ଗ ମଞ୍ଚ ଅଭିଯୋଗ କରିଛି । ଓଡିଶା ବତିକଳାଙ୍ଗ ମଞ୍ଚର ଜିଲ୍ଲା ସଭାପତି ନାରାୟଣ ବେହେରା, ଜୟକୃଷ୍ଣ ସେଠୀ, ବ୍ଲକ ସମ୍ପାଦକ ସୁକାନ୍ତ ସେନାପତି, ଜୟକୃଷ୍ଣ ସାହୁ, ନୃଷିହଂ ଚରଣ ଜେନା, ରଞ୍ଜନ ପଣ୍ଡା, ପୁର୍ଣ୍ଣୀମା ଜେନା, ଉଷାରାଣୀ ପରିଡା, ମଣ୍ଟୁ ସାହୁ, ମଧୁଛନ୍ଦା ମହାପାତ୍ର, ମନୋଜ ସେନାପତି, ନିରଞ୍ଜନ ମଲ୍ଲିକ ପ୍ରମୁଖ କରିଥିବା ଅଭିଯୋଗ ଅନୁଯାଇ ଏହି ଶିବିର ପାଇଁ ସରକାର ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଥିବାବେଳେ ଅନ୍ୟ ବ୍ଲକରେ ଆସିଥିବା ଭିନ୍ନକ୍ଷମ ଓ ସେମାନଙ୍କ ସମ୍ପର୍କୟ ମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । କିନ୍ତୁ ଏଠାରେ କେବଳ ରେଜିଷ୍ଟେସନ କରିଥିବା ଭିନ୍ନକ୍ଷମକୁ କେବଳ ଖାଦ୍ୟ ପୁଡିଆ ପ୍ୟାକେଟଟିଏ ଧରାଇ ଦିଆଯାଇଛି । ସେହିପରି ଶିବିରରେ ଏତେ ସଂଖ୍ୟକ ଲୋକ ହୋଇଥିଲେବି ସେମାନଙ୍କ ବସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏପରିକି ଲୋକମାନେ ଖରାରେ ଦୀର୍ଘସମୟ ଧରି ଠିଆ ହେବାକୁ ବାଧ୍ୟ ହୋଇଥିଲେ । ସେହିପରି ଲୋକଙ୍କ ପାଇଁ ପିଇବା ପାଣିର କୌଣସି ବ୍ୟବସ୍ଥା କରିନଥିବାରୁ ପାଣିପାଇଁ ଡହଳ ବିକଳ ହୋଇଛନ୍ତି । ଏନେଇ ସେମାନେ ବିଡିଓଙ୍କୁ ଭେଟି ଏପରି ଅବ୍ୟବସ୍ଥା କଣପାଇଁ ବୋଲି ପ୍ରଶ୍ନ କରିଛନ୍ତି ।


