ଗଞ୍ଜାମ ଜିଲ୍ଲାର ଦୁର୍ଘଟଣାରେ ଗଜପତିର ୧ମୃତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗତକାଲି ତଥା ଗୁରୁବାର-ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ନିକଟରେ ଘଟିଥିବା ବୋଲେରୋ ଦୁର୍ଘଟଣାରେ ୫ ଜଣ ଆହତଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୃତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମର ଧନଞ୍ଜୟ । ଆହତ ଉମେଶ ଓ ଅହମଦ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ତଦନ୍ତ ଗୋଳନ୍ଥରା ଥାନା ପକ୍ଷରୁ ଚାଲୁ ରହିଥିବା ଏବଂ ମୃତକଙ୍କ ଶବ ଉପଲଡା ଅଣାଯାଇ ଶେଷକୃତ୍ୟ କରାଯାଇଥିବାର ଜଣାପଡିଛି । ପାରଳା ସହରର ଅନ୍ୟ ଜଣେ ଗୁରୁତର ଆହତ ଜଣକ ବିଶାଖାପାଟଣାରେ ଚିକିତ୍ସିତ ହେଉଥିବାର ମଧ୍ୟ ଜଣାପଡିଛି ।


