ଇନର ହୁଇଲ, ରୟାଲର ଅଧିଷ୍ଠାନ ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଇନର୍ ହୁଇଲ କ୍ଲବ ଅଫ ଭୁବନେଶ୍ୱର ରୟାଲର ଅଧିଷ୍ଠାନ ଦିବସ ସ୍ଥାନୀୟ ଏକ ପଞ୍ଚତାରକା ହୋଟେଲରେ ପାଳିତ ହୋଇଯାଇଛି । ଉତ୍ସବ ରେ ପ୍ରାକ୍ତନ ଜିଲ୍ଲା ଅଧ୍ୟକ୍ଷା ଶ୍ରୀନୁ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଅଧୁନା ମହିଳା ରୋଟାରୀ ପ୍ରଦତ୍ତ ସେବା ପ୍ରତି ଆକର୍ଷିତ ହୋଇ ସମାଜସେବୀ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ଯାହାକି ଏହି ସେବା କ୍ଷେତ୍ରକୁ ଅଧିକ ପରିପୃଷ୍ଟ କରିବାରେ ସହାୟକ ହେବ । ଏହି ଅବସରରେ ୨୦୨୨-୨୩ ରୋଟାରୀ ବର୍ଷ ପାଇଁ ସଭାନେତ୍ରୀ ସୁବ୍ରତା ସାମଲ, ସମ୍ପାଦିକା କାଦମ୍ବିନୀ ରଥ ଅଧିଷ୍ଠିତ ହୋଇଥିବା ବେଳେ କୋଷାଧ୍ୟକ୍ଷା ଭାବେ ଲୋପାମୁଦ୍ର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସହସା ପ୍ରାକ୍ତନ ସଭାନେତ୍ରୀ କଳ୍ପନା ବିଶ୍ୱାଳଙ୍କ ଠାରୁ ସଭାନେତ୍ରୀ ଶ୍ରୀମତୀ ସାମଲ ଦାୟିତ୍ୱ ଗ୍ରହଣ କରି ନିଜର ସଂକଳ୍ପ ଘୋଷଣା କରିଥିଲେ କି ତାଙ୍କ କାର୍ଯ୍ୟାଳୟରେ ବଂଚିତ ମାନଙ୍କ ସେବା ପାଇଁ ରୋଟାରୀ ମାଧ୍ୟମରେ ମହିଳାମାନଙ୍କର ଯୋଗଦାନକୁ ଅଧିକ ବ୍ୟାପକ କରାଯିବା ସହ ସ୍ୱାସ୍ଥ୍ୟସେବା, ସବୁଜ ପରିବେଶ, ପରିମଳ, ପ୍ରାଥମିକ ଶିକ୍ଷା ଇତ୍ୟାଦି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ । ମିନାକ୍ଷୀ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସଭାନେତ୍ରୀ କଲ୍ୟାଣ ନନ୍ଦ, ଆରତି ବଡ଼ପଣ୍ଡା, ସରୋଜିନୀ ଷଡ଼ଙ୍ଗୀ, ଶ୍ରେୟା ଦାସ, ରଶ୍ମିତା ଚୌଧୁରୀଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଇନର୍ ହୁଇଲ ସଦସ୍ୟା ଯୋଗ ଦେଇଥିଲେ ।


