ସଂସ୍କାରବାଦୀ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ବ୍ରହ୍ମପୁର, – ସ୍ୱେଚ୍ଛାସେବୀ ସଂଗଠନ ସଂସ୍କାରବାଦୀ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ, ବିପ୍ଲବୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୧୦ତମ ଜୟନ୍ତୀ ଅବସରରେ ବ୍ରହ୍ମପୁର ସର୍କଲ ଜେଲ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା । ସଂଗଠନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ବିଘ୍ନେଶ୍ୱର ପାଢ଼ୀ, ସହ ସମ୍ପାଦକ ଗୌରୀ ଶଙ୍କର ମହାନ୍ତି, ସରିତା ପଣ୍ଡା, ଇଂ. ଇକେବି ପାତ୍ର, ବସନ୍ତ କୁମାର ଅଧିକାରୀ, ପ୍ରଭାତ ମହାପାତ୍ର, ସୂଯର୍‌ୟ ନାରାୟଣ ବେହେରା, ସୁଶାନ୍ତ କୁମାର ପଟ୍ଟନାୟକ, ବଦ୍ରି ପ୍ରସାଦ ପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା ପ୍ରମୁଖ କାଯର୍‌ୟକ୍ରମରେ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ରଥ ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଅ ।ଲେ।କପାତ କରି ଅ।ମେ ଯେଉଁମାନଙ୍କ ପାଇଁ ସ୍ୱାଧୀନତା ପାଇଲୁ ସେମାନଙ୍କ ଅବଦାନ ସମ୍ପର୍କରେ ଭୁଲି ଯାଉଛେ ବେ ।ଲି କହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ