ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ସମ୍ପର୍କରେ ନିବେଦନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଆଦିବାସୀ ନେତା ଜେମସ ରାଇକାଙ୍କ ନେତୃତ୍ବରେ ନୁଆଗଡ ବ୍ଲକ ପରିମଳ ପଞ୍ଚାୟତ ଅନ୍ତର୍ଗତ ନୁଆପଲି ଗ୍ରାମବାସୀ ଲୋକ ପ୍ରତିନିଧି ତଥା ସରପଞ୍ଚ , ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ସମ୍ପର୍କରେ ଆବେଦନ କରିଛନ୍ତି । ଏଥି ସହିତ ଉପଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ପ୍ରକାଶ ଥାଉ କି ଗତ ୧୨ ଓ ୧୮ ତାରିଖରେ ଦୁଇ ଦୁଇ ଥର ବର୍ଷା ପ୍ରଭାବରେ ପାହାଡ଼ ଧସି ଜନବସତି ମଧ୍ୟକୁ ପଶିଆସିବା ଫଳରେ ଗ୍ରାମବାସୀଙ୍କ ବହୁ କ୍ଷତି ହୋଇଥିଲା । ସୈାଭାଗ୍ୟ ବଶତଃ ଏହି ଅଘଟଣରେ କୈାଣସି ମତେ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ଭବିଷ୍ୟତରେ ଗାଁ ପ୍ରତି ପାହାଡ଼ ଧସି ମାଟି ଅତଡ଼ା ଓ ପଥର ଆସିବା ଆଶଂକା ରହିଥିବାରୁ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଭାବିତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବାକୁ ଉଦ୍ୟମ କରାଯାଇଥିଲା। ଏଥିରେ ସହମତି ପ୍ରକାଶ କରି ଆଜି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ ।


