ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର ସେନାବାହିନୀ ପାଇଁ ନିର୍ମାଣ କରିଛନ୍ତି ଆଧୁନିକ ଯନ୍ତ୍ରପାତି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ବିଭିନ୍ନ ସମୟରେ ନିଜର ଜ୍ଞାନ କୌଶଳକୁ ଉପଯୋଗ କରି ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜିନିଷ ନିର୍ମାଣ କରି ସୁନାମ ଅର୍ଜନ କରିଛନ୍ତି । ଅନେକ ଛାତ୍ର ଶିଳ୍ପ ତାଲିମ ଅନୁଷ୍ଠାନରେ ଶିକ୍ଷା ସମାପ୍ତି ପରେ ବିଭିନ୍ନ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ବିଭିନ୍ନ ଯନ୍ତ୍ରପାତି ନିର୍ମାଣ କରି ଚର୍ଚ୍ଚାକୁ ଆସନ୍ତି । ହେଲେ ଏଭଳି ଏକ ଆଧୁନିକ ଯନ୍ତ୍ର ସେନାବାହିନୀ ପାଇଁ ନିର୍ମାଣ କରିଛନ୍ତି ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ରର ଜଣେ ଛାତ୍ର । ଯାହାକି ଦେଶକୁ ସୁରକ୍ଷିତ ରଖିବା ସହ ଯବାନ ମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ପାରିବ। ସେନସର୍ ମାଧ୍ୟମରେ ୩ ଶହ ମିଟର ଦୂରରୁ କେହି ଶତୃ ଦେଶର ଲୋକ ସୀମାକୁ ପ୍ରବେଶ କରେ ତେବେ ସେନସରଟି ତାର ଆଲରମ୍ ବାଜିବା ସହ ହାଇକମାଣ୍ଡ କାର‌୍ୟ୍ୟାଳୟକୁ ଫୋନ୍ ପହଞ୍ଚିଯିବ । ଯାହାଦ୍ୱାରା ଯବାନମାନଙ୍କ ସହ ସଂପର୍କ ସ୍ଥାପନ ହୋଇପାରିବେ । ଅନ୍ୟ ଏକ ଯନ୍ତ୍ର ଯାହା କି ସୀମା ମଧ୍ୟକୁ ଶତୃ ପ୍ରବେଶ କଲେ ସାଇରନ ଦେବା ସହ କଲ ମଧ୍ୟ ଯିବ ଏବଂ ଶତୃମାନଙ୍କୁ ବେହୋସ କରିବା ପାଇଁ ଏକ ପ୍ରକାର ବିଷାକ୍ତ ଗ୍ୟାସ ସ୍ବତଃ ପ୍ରବୃତ୍ତ ଭାବେ ନିର୍ଗତ ହେବ। ୧୫ ଫୁଟ ମାଟି ତଳେ କେହି ପ୍ରବେଶ କରିବାକୁ ଚାହିଁଲେ ସଙ୍ଗେ ସଙ୍ଗେ ଆଲରମ୍ ଦେବା ସହ କେଉଁ ସ୍ଥାନରେ ସୁଡ଼ଙ୍ଗ ଖୋଳା ଯାଇ ପ୍ରବେଶ କରୁଛନ୍ତି ତାହାର ସ୍ପଷ୍ଟ ଚିତ୍ର ଦେଖାଇବ। କେହି ଯଦି ସୀମାର ତାର ବାଡ କାଟି ପ୍ରବେଶ କରେ ତେବେ ସେହି ଅଞ୍ଚଳରେ ଲାଇଟ ଜଳିବା ସହ ସାଇରନ୍ ବାଜି କଲ ଆସିବ । ଏପରିକି ଆତଙ୍କବାଦୀମାନେ କୌଣସି ଜାଗାକୁ କବ୍ଜା କରି ବୋମ ବ୍ୟବହାର କରିଥିବେ ସେଠାକୁ ଯବାନ ନଯାଇ ସେନ୍ସର୍ ବ୍ୟବହାର କରି ବୋମକୁ ନିଷ୍କ୍ରିୟ କରାଯାଇପାରିବ । ତତସହିତ ପୁଲିସ ପାଇଁଁ ମଧ୍ୟ ଏକ ଯନ୍ତ୍ର ଆବିଷ୍କାର କରିଛନ୍ତି । କୋୖଣସି ବ୍ୟକ୍ତିଙ୍କୁ ହତ୍ୟା କରି ଅଭିଯୁକ୍ତ ଯଦି ଫେରାର ହୋଇଯାଇଛି ତା’ର ପରିଚୟ ମିଳୁନାହିଁ ତେବେ ମୃତ ବ୍ୟକ୍ତିକୁ ହେଲମେଟ ଓ ଚଷମା ଲଗାଇବା ଦ୍ୱାରା କେଉଁ ବ୍ୟକ୍ତି ମାରିଛନ୍ତି ଓ କେଉଁ ଅସ୍ତ୍ରର ବ୍ୟବହାର କରିଛନ୍ତି ତାହାର ଫୋଟ ଚିତ୍ର ସଙ୍ଗେ ସଙ୍ଗେ ମିଳି ପାରିବ। ଏଭଳି ସେ ଅନେକ ପ୍ରକାର ସେନ୍ସର ଯନ୍ତ୍ର ଆବିଷ୍କାର କରିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ରରେ ଅଧ୍ୟୟନ କରିଥିବା ୨୦୧୭ ବେଚର ଛାତ୍ର ସମୀର ପ୍ରଧାନୀ ( ୨୧) । ସେ ବର୍ତ୍ତମାନ ଟାଟା ବିଦ୍ୟୁତ କମ୍ପାନୀ ପକ୍ଷରୁ ଚନ୍ଦ୍ରଗିରି ବିଦ୍ୟୁତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ମାତ୍ର ୭ ହଜାର ଟଙ୍କାରେ ୨୦ ଦିନରେ ନିର୍ମାଣ କରିଛନ୍ତି ଏହି ସବୁ ସେନ୍ସର୍ ଯନ୍ତ୍ର। ଏହି ସବୁ ସାମଗ୍ରୀ ଭଙ୍ଗା ଟିଭି, ଭଙ୍ଗା ରେଡିଓ, ଭଙ୍ଗା ମୋବାଇଲରୁ ଯନ୍ତ୍ର ପାତି ବାହାର କରି ଏଭଳି ଯନ୍ତ୍ର ନିର୍ମାଣ କରିଛନ୍ତି । ଯଦି ସମୀରଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସାହାଯ୍ୟର ହାତ ବଢାନ୍ତି ତେବେ ସେ ଦେଶ ପାଇଁ ଅନେକ କିଛି ନିର୍ମାଣ କରି ପାରିବେ ବୋଲି କହିଛନ୍ତି । ଏଭଳି ନୂତନ ଜ୍ଞାନ କୌଶଳରେ ବିଭିନ୍ନ ଯନ୍ତ୍ରପାତି ସେ ଆବିଷ୍କାର କରିଥିବାରୁ ଚନ୍ଦ୍ରଗିରି ଗ୍ରାମବାସୀ ଗର୍ବିତ । ଏହାକୁ ଯଦି କେନ୍ଦ୍ର ସରକାର ଦୃଷ୍ଟି ଆକର୍ଷଣ କରନ୍ତେ ତେବେ ଜିଲ୍ଲା ଓ ରାଜ୍ୟ ପାଇଁ ଏହା ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ଶିଳ୍ପ ତାଲିମ କେନ୍ଦ୍ରର ଶିକ୍ଷକମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ