ଯୁକ୍ତଦୁଇ ବିଜ୍ଞାନରେ୯୩% ରଖି ଉତିର୍ଣ୍ଣ ହେଲେ ସଞ୍ଜିବନୀ, ଆଇଏଏସ ହେବକୁ ଆଶା ରଖିଛନ୍ତି
ହାଟଡିହି, (ବିକାଶ ବିଶ୍ୱାଳ) :ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଏଥିରେ ହାଟଡିହି ବ୍ଲକ ଡଅଁର ଗ୍ରାମର ପ୍ରବୀର କୁମାର ନାୟକ ଓ ବିଷ୍ଣୁପ୍ରୀୟା ନାୟକଙ୍କ ଝିଅ ସଞ୍ଜିବନୀ ନାୟକ ୯୩% ମାର୍କ ରଖି ଉତିର୍ଣ୍ଣ ହୋଇ ଅଞ୍ଚଳକୁ ଗୌରାବନ୍ନିତ କରିଛନ୍ତି । ସେ କଟକର ଶକ୍ତି ହାଇୟର ସେକେଣ୍ଡାରୀ ସ୍କୁଲରେ ପଢ଼ୁଥିବାବେଳେ ମୋଟ ୫୫୮ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି । ପୁର୍ବରୁ ସେ ମାଟ୍ରିକ ପରୀକ୍ଷାରେ ମଧ୍ୟ ୯୦% ମାର୍କ ରଖି ବ୍ଲକ ଟପର ହୋଇପାରିଥିଲେ । ସେ ଭବିଷ୍ୟତରେ ଜଣେ ଆଇଏଏସ ହେବାପାଇଁ ଆଶା ରଖିଛନ୍ତି । ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁ ଗୁରୁଜନ, ପିତା ମାତା ଓ ଶକ୍ତି କଲେଜର ପ୍ରତିଷ୍ଠାତା ଶକ୍ତି ରଞ୍ଜନ ବେହେରାଙ୍କୁ ଦେଇଛନ୍ତି । ସେ ନିୟମିତ ୧୦ରୁ ୧୨ଘଣ୍ଟା କଠିନ ପରିଶ୍ରମ କରି ଏହି ସଫଳତା ପାଇଥିବା କହିଛନ୍ତି ।


