ଟିଆର୍‌ଏସ୍ ବିଧାୟକଙ୍କ ଭାରତୀୟ ନାଗରିକତା ରଦ୍ଦ

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ବିଧାୟକ ରମେଶ ଚେନ୍ନାମନେଇଙ୍କ ଭାରତୀୟ ନାଗରିକତାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରଦ୍ଦ କରିଛି । ଭୁଲ୍ ତଥ୍ୟ ଦେଇ ଏବଂ ବେଆଇନ ଭାବେ ଭାରତୀୟ ନାଗରିକତ୍ୱ ଦର୍ଶାଇ ଟିଆରଏସ ବିଧାୟକ ଚେନ୍ନାମନେଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଛି । ଗୃହ ମନ୍ତ୍ରଣାଳୟ କହିଛି ଯେ, ଚେନ୍ନାମନେଇଙ୍କର ପୂର୍ବରୁ ଜର୍ମାନୀ ନାଗରିକତ୍ୱ ଥିଲା । ମାତ୍ର ୨୦୦୯ ରେ ସେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ । ଭୁଲ୍ ତଥ୍ୟ ଦେଇ ସେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଥିଲେ । ତେବେ କଂଗ୍ରେସ ନେତା ଏ.ଶ୍ରୀନିବାସ ଚେନ୍ନାମନେଇଙ୍କ ଭାରତୀୟ ନାଗରିକତ୍ୱ ଉପରେ ଚ୍ୟାଲେଞ୍ଜ କରି ଏକ ମାମଲା ରୁଜୁ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ