ଆନ୍ତର୍ଜତୀୟ କରାଟେ ପ୍ରତିଯୋଗିତାରେ ଛତ୍ରପୁରରୁ ୨ ଓଡିଆ ଛାତ୍ର

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ୱାଡାକାଇ କରାଟେ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ୨ ଛାତ୍ର ତନ୍ମୟ ସାହୁ ଓ ସତ୍ୟମ ଦେବ ଅଂଶଗ୍ରହଣ କରିବେ । ମାଉଣ୍ଟ ଲିଟେରା ବି. ସ୍କୁଲର ୭ମ ଓ ୯ମ ଶ୍ରେଣୀର ଏହି ଦୁଇ ଛାତ୍ର ବ୍ରହ୍ମପୁରସ୍ଥିତ କଳିଙ୍ଗ ଫାଇଟ ସ୍କୁଲରେ କରାଟେ ଗୁରୁ ସିଫୁ ଏନ. ବାଲକୃଷ୍ଣଙ୍କ ଠାରୁ ଦୀର୍ଘ ବର୍ଷ ଧରି କଠିନ ପ୍ରଶିକ୍ଷଣ ନେବା ପରେ ବିଭିନ୍ନ ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ତନ୍ମୟ ଓ ସତ୍ୟମଙ୍କ ସମେତ ଓଡିଶାରୁ ଅନ୍ୟ ୩ଜଣ ଛାତ୍ର ଶୁକ୍ରବାର ବିଶାଖାପାଟଣା ଯାତ୍ରା କରିଛନ୍ତି । ଛତ୍ରପୁରର ଏହି ଦୁଇ ଓଡିଆ ଛାତ୍ର ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗନେଉଥିବାରୁ ବିଭିନ୍ନ ମହଲରୁ ସେମାନଙ୍କୁ ଶୁଭେଚ୍ଛା ସହ ପ୍ରଶଂସାର ସୁଅ ଛୁଟୁଛି । ଉକ୍ତ ପ୍ରତିଯୋଗୀତାରେ ସଫଳତା ହାସଲ କରିବାକୁ ପିତାମାତା , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଞ୍ଚଳବାସୀ ଦୃଢ ଆଶା ପୋଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ