ସାମୁଦ୍ରିକ ଥାନା ପକ୍ଷରୁ ଆମ ପୋଲିସ୍ ସମିତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଆମ ପୋଲିସ୍ ସମିତି ପକ୍ଷରୁ କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଥାନାଧିକାରୀଣୀ ମମତା କୁମାରୀ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ବାସନ୍ଦ କୁ ନା, ଗୁଣି ଗାରେଡି, ବାଲ୍ୟ ବିବାହ ରୋକିବା, ଟ୍ରାଫିକ ନିୟମ ମାନିବା, ସାଇବର ଠକେଇ ଭଳି ବିଭିନ୍ନ ସଚେତନ ମୂଳକ କାର୍ଯ୍ୟ ଉପରେ ଥାନାଧିକାରୀଣୀ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଆଇ ଏ.ଏନ.ଏମ. ରାଓ, ଆର୍ଯ୍ୟପଲ୍ଲୀ ସରପଂଚ ତ୍ରିଲୋଚନ ବେହେରା, ଗ୍ରାମ୍ୟ କମିଟିର ସଭାପତି ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, ଯୁବ ନେତା କାହ୍ନୁ ଚରଣ ବେହେରା, ସୁଦାମ ଦାସ, ଭାସ୍କର ଦାସ, ବାସୁଦେବ ବେହେରା , ସୁରେଶ କୁମାର ବେହେରା ଓ ଲକ୍ଷଣ ବେହେରାଙ୍କ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହିଥିଲେ ।


