ବାରିପଦାରେ ‘ବିଜୁଳି ମହୋତ୍ସବ’ ଆୟୋଜିତ

ବାରିପଦାରେ, (ଯୁଗାବ୍ଦ ନ୍ୟୁଜ) : ଭାରତର ସ୍ବାଧୀନତାର ୭୫ବର୍ଷ ପାଳନ ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ର ଅଂଶସ୍ବରୂପ ଶକ୍ତି ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହିତ ମିଶି ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର୨୦୪୭ ଅନ୍ତର୍ଗତ ସହୀଦ ସ୍ମୃତି ଭବନ, ବାରିପଦା, ମୟୁରଭଞ୍ଜ ଜିଲ୍ଲା, ଓଡ଼ିଶାରେ ଗୁରୁବାର ୨୮ ଜୁଲାଇ ୨୦୨୨ରେ ‘ବିଜୁଳି ମହୋତ୍ସବ’ ଆୟୋଜନ କରାଯାଇଛି। ଏହାକୁ ଇଆରଏଲ୍ଡିସି ପିଓଏସଓସିଓ, ଟିପିଏନ୍ଓଡିଏଲ୍ ଓ ଓପିଟିସିଏଲ୍ ଆୟୋଜନ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସହଭାଗୀତାକୁ ପାଳନ କରିବା ପାଇଁ ବିଜୁଳି ମହୋତ୍ସବକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉଛି। ୨୦୧୪ ରେ ଶକ୍ତି ଉତ୍ପାଦନ କ୍ଷମତା ୨୪୮୫୫୪ ମେଗାୱାଟ ଥିବା ବେଳେ ଆଜି ଏହା ୪,୦୦,୦୦୦ମେଗାୱାଟରେ ପହଞ୍ଚିଛି ଯାହାକି ଚାହିଦା ଠାରୁ ୧୮୫୦୦୦ମେଗାୱାଟ ଅଧିକ। ଭାରତ ଏବେ ଏହାର ପଡ଼ୋଶୀ ଦେଶକୁ ବିଦ୍ୟୁତଶକ୍ତି ରପ୍ତାନୀ କରୁଛି। ୧୬୩୦୦୦ସିକେଏମ୍ ଟ୍ରାନ୍ସମିସନ ଲାଇନକୁ ଯୋଗ କରାଯାଇଛି ଯାହାକି ସମଗ୍ର ଦେଶକୁ ଗୋଟିଏ ଗ୍ରିଡ଼ରେ ସଂଯୁକ୍ତ କରୁଛି। ଲଦାଖ ଠାରୁ କନ୍ୟାକୁମାରୀ ଓ କଛ ଠାରୁ ମିଆଁମାର ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହା ସର୍ବବୃହତ୍ ସମନ୍ବିତ ଗ୍ରୀଡ୍ ହୋଇ ପାରିଛି। ଏହି ଗ୍ରୀଡ଼୍ ସହାୟତାରେ ଏବେ ଦେଶର ଗୋଟିଏ କୋଣରୁ ଅନ୍ୟ କୋଣକୁ ୧୧୨୦୦୦ମେଗାୱାଟ ବିଦ୍ୟୁତ ଶକ୍ତି ପ୍ରେରଣ କରାଯାଇପାରୁଛି। ଭାରତ ସିଓପି୨୧ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ଅନ୍ତର୍ଗତ ୨୦୩୦ ସୁଦ୍ଧା ଆମର ୪୦% ଉତ୍ପାଦନ କ୍ଷମତା ନବୀକରଣୀୟ ଶକ୍ତି ଉତ୍ସରୁ ଗ୍ରହଣ କରାଯିବ। ଏହି ସଫଳତାକୁ ଆମେ ନିର୍ଦ୍ଧାରିତ ସମୟର ୯ ବର୍ଷ ପୂର୍ବରୁ ନଭେମ୍ବର ୨୦୨୧ରେ ହାସଲ କରିପାରିଛୁ। ଆଜି ଭାରତ ନବୀକରଣୀୟ ଶକ୍ତି ଉତ୍ସରୁ ୧୬୩୦୦୦ ମେଗାୱାଟ ଶକ୍ତି ଉତ୍ପାଦନ କରୁଛୁ। ଏହା ସହିତ ଭାରତ ଦ୍ରୁତ ଗତିରେ ନବୀକରଣୀୟ ଶକ୍ତି କ୍ଷମତାର ସ୍ଥାପନ କରୁଛି। ଟ.୨୦୧,୭୨୨ କୋଟିର ପାଣ୍ଠି ସହିତ ଗତ ପାଞ୍ଚ ବର୍ଷରେ ଭାରତ ଆବଣ୍ଟନ ଭିତ୍ତିଭୂମିକୁ ଦୃଢ଼ୀଭୂତ କରିଛି। ଏଥିରେ ୨୯୨୧ ନୂତନ ସବଷ୍ଟେସନ ସ୍ଥାପନ କରାଯାଇଛି, ୩୯୨୬ ସବଷ୍ଟେସନର ଉନ୍ନତି କରାଯାଇଛି, ୬୦୪୪୬୫ ସିକେଏମ୍ ଏଲଟି ଲାଇନର ସ୍ଥାପନା କରାଯାଇଛି, ୨୬୮୮୩୮ ର ୧୧ କେଭି ଏଚଟି ଲାଇନ୍ ସ୍ଥାପନ ହୋଇଛି ଓ ଏହା ସହିତ ୧୨୨୧୨୩ ସିକେଏମ୍ କୃଷି ଫିଡରକୁ ସ୍ଥାପନ କରାଯାଛି। ୨୦୧୫ ରେ ଗ୍ରାମୀଣ କ୍ଷେତ୍ରରେ ଶକ୍ତି ଯୋଗାଣର ହାରାହାରି ନିର୍ଘଣ୍ଟ ୧୨.୫ ଘଣ୍ଟା ରହିଥିଲା ଯାହା ବର୍ତ୍ତମାନ ବୃଦ୍ଧି ହୋଇ ୨୨.୫ଘଣ୍ଟାରେ ପହଞ୍ଚିଛି। ସରକାର ବିଦ୍ୟୁତ (ଖାଉଟିଙ୍କ ଅଧିକାର) ନିୟମ, ୨୦୨୦ଉପସ୍ଥାପନ କରିଛି ଯାହା ଅନ୍ତର୍ଗତ ଏକ ନୂତନ ସଂଯୋଗ ଲାଭ କରିବାର ସର୍ବାଧିକ ସମୟ ସୀମାକୁ ସୂଚୀତ କରାଯାଇଛି। ଗ୍ରାହକମାନେ ଏବେ ରୁଫ୍ ଟପ୍ ସୋଲାରର ମଧ୍ୟ ବ୍ୟବହାର କରିପାରିବେ। ମିଟର ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସମୟ ସୀମା ନିର୍ଦ୍ଧାରିତ କରାଯାଇଛି। ରାଜ୍ୟ ନିୟାମକ ପ୍ରାଧୀକରଣ ଅନ୍ୟ ସମସ୍ତ ସେବା ପାଇଁ ସମୟସୀମାକୁ ସୂଚୀତ କରିବେ। ଗ୍ରାହକଙ୍କ ଅଭିଯୋଗକୁ ନିବାରଣ କରିବା ପାଇଁ ଡିସକମ୍ ଗୁଡ଼ିକ ୨୪ଙ୍ଘ୭କଲ ସେଣ୍ଟର ସ୍ଥାପନ କରିବେ। ୨୦୧୮ ରେ ୯୮୭ ଦିନରେ ୧୦୦% ଗ୍ରାମ ବିଦ୍ୟୁତିକରଣ (୧୮୩୭୪) କୁ ହାସଲ କରାଯାଇ ପାରିଛି। ୧୮ ମାସରେ ୧୦୦% ଆବାସିକ ବିଦ୍ୟୁତିକରଣ (୨.୮୬ କୋଟି)କୁ ସୁନିଶ୍ଚିତ ରାଯାଇପାରିଛି ଯାହାକି ବିଶ୍ବର ସର୍ବବୃହତ୍ ବିଦ୍ୟୁତକରଣ ଅଭିଯାନ। ସୌର ପମ୍ପ ଗ୍ରହଣ କରିବା ପାଇଁ ସ୍କିମର ଆରମ୍ଭ କରାଯାଇଛି ଯେଉଁଥିରେ କେନ୍ଦ୍ର ସରକାର ୩୦% ରିହାତି ପ୍ରଦାନ କରୁଛନ୍ତି ଓ ରାଜ୍ୟ ସରକାର୩୦% ରିହାତି ପ୍ରଦାନ କରୁଛନ୍ତି। ଏହା ସହିତ ୩୦% ର ଋଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଉଜ୍ଜ୍ବଳ ଭାରତ ଉଜ୍ଜ୍ବଳ ଭବିଷ୍ୟ- ପାୱାର୨୦୪୭ଅନ୍ତର୍ଗତ ବିଜୁଳି ମହୋତ୍ସବ ସାରା ଦେଶରେ ପାଳନ କରାଯାଉଛି ଏବଂ ଏଥିରେ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେଭାରତୀ ହାଂସଦା, ସଭାପତି, ଜିଲ୍ଲା ପରିଷଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କୃଷ୍ଣାନନ୍ଦ ମହାନ୍ତି, ଚେୟାରମ୍ୟାନ, ବାରିପଦା ମ୍ୟୁନିସିପାଲିଟି ଓ ଅନ୍ୟ ସମ୍ମାନିତ ଅତିଥିମାନେ ଏହି ଅବସରରେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଗ୍ରାମ ଓ ଜିଲ୍ଲାରୁ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ମାନିତ ଅତିଥିମାନେ ଗତ କିଛି ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ହିତାଧିକାରୀ ସେମାନଙ୍କର ଅନୁଭୂତିକୁ ବର୍ଣ୍ଣନା କରିଥିଲେ। ପରିଦର୍ଶକ ଓ ଅତିଥିମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୁକଡ଼ ନାଟକ ଓ ଶକ୍ତି କ୍ଷେତ୍ରରେ କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଥିଲା। ଏହି ଅବସରରେ ସମସ୍ତ ପ୍ରକାର କୋଭିଡ୍ ସୁରକ୍ଷା ନିୟମାବଳୀର ଅନୁପାଳନ କରାଯାଇଥିଲା ଯାହା ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ଇତ୍ୟାଦିକୁ ସୁନିଶ୍ଚିତ କରାଯାଇଥିଲା। ଏହା ସହିତ ଉପସ୍ଥିତ ବ୍ୟକ୍ତିମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ