ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷାବିତ୍ କୃପାସିନ୍ଧୁ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) : ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ର ଶିକ୍ଷାବିତ୍‌, ଲେଖକ ତଥା ସାମ୍ବାଦିକ ସ୍ୱର୍ଗତ କୃପାସିନ୍ଧୁ ପଣ୍ଡାଙ୍କ ସ୍ମୃତିରେ ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବରିଷ୍ଠ ଶିକ୍ଷକ ପଂଚାନନ ରଥଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଜଣେ ଆଦର୍ଶ ଶିକ୍ଷକ, ସମ୍ବଳ ଶିକ୍ଷକ, ସିଆରସିସି ରୂପେ କାର୍ଯ୍ୟ କରି ଆଖପାଖ ଅଂଚଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେଶ କୁମାର ମହାନ୍ତି (ଏକ୍ସ କ୍ୟାଡର) ଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତି ସଭାରେ ଏକ୍ସ କ୍ୟାଡର ସଂଘର ଜିଲ୍ଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା, ଏନପିଏସ ସଂଗର ସଭାପତି ଦିଲ୍ଲୀପ କୁମାର ପଲାଇ, ଏଲିମେଣ୍ଟାରୀ ସଂଘର ସଂପାଦକ ସୁବୋଧ ଚନ୍ଦ୍ର ରାଉତ, ସିଆରସିସି ରୀତା ରଥ, ବରିଷ୍ଠ ଶିକ୍ଷକ ବିନୋଦ ଚନ୍ଦ୍ର ସେଠୀ, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ, ରାମ ଚନ୍ଦ୍ର ପ୍ରଧାନ, ବାଳକୃଷ୍ଣ ଗୌଡ, ନୀଳାଂଚଳ ପାତ୍ର, ରାଜେନ୍ଦ୍ର କୁମାର ବେହେରା, ପିତାମ୍ବର ବେହେରା, କୈଳାଶ ବେହେରୋ, ରଘୁନାଥ ବେହେରା, କୃଷ୍ନ ଚନ୍ଦ୍ର ବେହେରା, ଗୋପାଳ ପ୍ରଧାନ, କେ. ମନୋଜ ପ୍ରଧାନଙ୍କ ସମେତ କେଏମପି ଟାଇକୋଣ୍ଡୋ ଏକାଡେମୀର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ