ଅଗଷ୍ଟ ୨୫ ଓ ୨୬ ତାରିଖରେ ଛତ୍ରପୁର ଠାରେ ପେନସନ୍ ଅଦାଲତ ଅନୁଷ୍ଠିତ ହେବ

ଛତ୍ରପୁର, (ଦେବଦତ୍ତ ମହାରଣା) : ପ୍ରଧାନ ମହାଲେଖାଗାର ( ପିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ)ଙ୍କ ଦ୍ବାରା ସାଧାରଣ ପ୍ରଶାସନ ଏବଂ ଜନ ଶୁଣାଣୀଙ୍କ ମିଳିତ ସହଯୋଗ କ୍ରମେ ଗଞ୍ଜାମ ଜିଲ୍ଲାରେ ପେନସନ୍ ଅଦାଲତ ହେବାର କାର୍ଯ୍ୟକ୍ରମ ରହିଅଛି । ଅଗଷ୍ଟମାସ ୨୫ ଓ ୨୬ ତାରିଖ ଦିନ ଏହି ଜନ ଶୁଣାଣୀ କରାଯାଇ ପେନସନ୍ ସମ୍ବନ୍ଧୀୟ ଅଭିଯୋଗ ଶୁଣାଯାଇ ସେହିଠାରେ ହିଁ ଫୈସଲା କରାଯିବ । ଏଣୁ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଅଛିକିଯେ, ଯେଉଁ ମାନଙ୍କର ପେନସନ୍ ସମ୍ବନ୍ଧୀୟ କିଛି ଆପତ୍ତି ଅଭିଯୋଗ ରହିଛି ସେମାନେ ଚଳିତ ମାସ ୨୫ ଏବଂ ୨୬ ତାରିଖ ଦିନ ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଉପସ୍ଥିତ ରହିବେ । ସେମାନଙ୍କ ଆପତ୍ତି ଅଭିଯୋଗ ଗୁଡିକ ଉକ୍ତ ସ୍ଥାନରେ ଶୁଣାଣୀ କରାଯାଇ ସେହିଠାରେ ହିଁ ଫୈସଲା ହେବ । ଏଣୁ ଏହି ସୁଯୋଗକୁ ହାତଛଡା ନ କରିବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଅବଗତ କରାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ