ପରଖନ୍ତୁ ଅସଲି ଜିରା
ଏବେ ବଜାରରେ ଭେଜାଲ୍ ଓ ଅପମିଶ୍ରିତ ଜିନିଷ ମିଳୁଥିବା ଗ୍ରାହକମାନେ ଅଭିଯୋଗ କରୁଛନ୍ତି । ଏପରିକି ସେଥିରୁ ଜିରା ବାଦ୍ ପଡ଼ିନାହିଁ । ନକଲି ଜିରା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି । ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ ଏହି ନକଲି ଜିରା ଦାମ କିଲୋପ୍ରତି ୨୦ ଟଙ୍କା ରହିଛି । କେତେକ ଏହାକୁ ସିନ୍ଥେଟିକ୍ ଜିରା କହୁଛନ୍ତି । ଏହାକୁ ଖାଇବା ଦ୍ୱାରା ନାନା ପ୍ରକାର ଶାରୀରିକ ସମସ୍ୟା ଦେଖାଦେଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ତେଣୁ ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ତାହା ଜାଣିବା ପାଇଁ ଏହାକୁ କିଛି ସମୟରେ ପାଣିରେ ପକାଇଲେ ଜଣାପଡ଼ିଥାଏ । ଯଦି ପାଣିରେ ପଡ଼ିବାର କିଛି ସମୟ ପରେ ଜିରାର ରଙ୍ଗ ପରିବର୍ତ୍ତନ ହେବା ସହିତ ଏହା ଭାଙ୍ଗିଯାଏ ଜଣାପଡ଼ିବ ଯେ, ଏହା ନକଲି ବୋଲି । ତେଣୁ ଜିରା କିଣୁଥିବା ସମୟରେ ସତର୍କ ରହିବା ଆବଶ୍ୟକ ।


