ଦ୍ରୁତ ଗତିରେ ଜେସିବି ଚଳାଇ ରେକର୍ଡ
ସାଧାରଣତଃ ଜେସିବି ଖୁବ୍ ମନ୍ଥର ଗତିରେ ଚାଲିଥାଏ । କିନ୍ତୁ ମାର୍ଟିନ୍ ନାମକ ଜଣେ ବ୍ୟକ୍ତି ଜେସିବିକୁ ଦ୍ରୁତଗତିରେ ଚଳାଇଛନ୍ତି ଯେ, ବିଏମ୍ଡବ୍ଲ୍ୟୁ ଏବଂ ମର୍ସିଡିଜ୍ ବି ପଛରେ ପଡ଼ିଯିବେ । ମାର୍ଟିନ୍ ଜେସିବିକୁ ଘଣ୍ଟାପ୍ରତି ୨୧୭ କିମି ବେଗରେ ଚଳାଇ ଗିନିଜ୍ ରେକର୍ଡ ସୃଷ୍ଟି କରିଛନ୍ତି । ଏହାକୁ ଚଳାଉଥିବା ଡ୍ରାଇଭର ବିଶ୍ୱରେ ସବୁଠୁ ଦ୍ରୁତ ବେଗରେ ଜେସିବି ଚଲାଇ ରେକର୍ଡ କରିବାକୁ ଚାହୁଁଥିଲେ । ମାର୍ଟିନ୍ କହିଛନ୍ତି, ଟର୍ନିଂରେ ସେ ଗାଡ଼ିକୁ ଜୋର୍ରେ ବୁଲାନ୍ତି ନାହିଁ । କାରଣ ଏହାର ଏକ୍ସେଲ୍ ପଛରେ ରହିଛି । ଏଥିପାଇଁ କେବଳ ଗିୟର ଶିପ୍ଟିଂକୁ ନିଜର ଫୋକସ୍ ରଖିଥିଲେ ।


