କଣମଣା ବିଦ୍ୟାଳୟରେ ‘ଆଜାଦୀ କା ଅମୃତ ମହୋତ୍ସବ ‘ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ସାରା ଦେଶ ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ ‘ ପାଳନ କରୁଛି । ଏହି ମର୍ମରେ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ‘ଆଜାଦୀ କା ଅମୃତ ମହୋତ୍ସବ ‘ ପାଳିତ ହୋଇ ଯାଇଛି । ବ୍ରହ୍ମପୁର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀ ଓ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଆହ୍ଵାନ କ୍ରମେ , ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ ଓ ଛତ୍ରପୁର ଡାକଘର ବ୍ୟୁଜିନେସ୍ ଏକ୍ଜିକ୍ୟୁଟିଭ୍ ଗୌରହରି ପଣ୍ଡାଙ୍କ ନେତୃତ୍ୱରେ ଶିକ୍ଷକଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ତ୍ରିରଙ୍ଗା ଶୋଭାଯାତ୍ରା ଓ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଆସନ୍ତା ଅଗଷ୍ଟ ତେର ତାରିଖରୁ ଅଗଷ୍ଟ ପନ୍ଦର ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମବାସୀ ନିଜନିଜର ଘର ଛାତରେ ତ୍ରିରଙ୍ଗା ପତାକାକୁ ଉଡାଇବା ସରକାରଙ୍କର ଏହି ବାର୍ତ୍ତାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଜନ ସାଧାଣକୁ ସଚେତନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୁର୍ଗାମାଧବ ପଣ୍ଡା, ରାମଚନ୍ଦ୍ର ପ୍ରଧାନ,ଶିକ୍ଷୟିତ୍ରୀ ରୀତାବାଇ ପାତ୍ର ଓ ଶିକ୍ଷୟିତ୍ରୀ ସୁନିଧାରାଣୀ ମିଶ୍ର ଏଥିରେ ସହଯୋଗ କରିଥିଲେ ।


