ନିଖୋଜ ବ୍ୟକ୍ତିଙ୍କ ମୁତ ଶରୀରକୁ ଉଧାର କଲେ ଅଗ୍ନିଶମ ବାହିନୀ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ ଭାମସିଆଳି ଗ୍ରାମ ତେଲେଙ୍ଗା ସାହିର ୫୦ ବର୍ଷ ବୟସ୍କ କୃଷକ ସନ୍ତୋଷ ରାଉତ ଅଗଷ୍ଟ ୬ ତାରିଖ ଦିନ ନିଜ ଜମିରେ କାମକରି ଫେରିବା ବେଳେ ନିଜ ଗ୍ରାମ ଦେଇ ଯାଇଥିବା କେନାଲ ହୁଡାରେ ଚପଲ ,ଛତା ଓ ଲୁଗାପଟା ରଖି କେନାଲ ପାଣିରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ କେନାଲ ପାଣିରେ ବୁଡି ନିଖୋଜ ହୋଇଥିଲେ। ଘରକୁ ଫେରିବାର ବିଳମ୍ବ ହୋଇଥିବା ଯୋଗୁଁ ପରିବାର ଲୋକେ ଖୋଜାଖୋଜି କରି ସନ୍ତୋଷଙ୍କ ଲୁଗାପଟା, ଛତା,ଓ ଚପଲ ଆଦି କେନାଲ ହୁଡାରେ ଦେଖିବାକୁ ପାଇଥିଲେ । ସନ୍ତୋଷ କେନାଲ ପାଣିରେ ବୁଡିଯାଇ ନିଖୋଜ ହୋଇଥିବାର ସନ୍ଦେହ କରି ସନ୍ତୋଷଙ୍କ ଧର୍ମପତ୍ନୀ ଶାନ୍ତି ରାଉତ ବୁଗୁଡା ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତିକରି ବୁଗୁଡା ପୋଲିସ୍ ଓ ବୁଗୁଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କେନାଲରେ ରାତ୍ର ସମୟ ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟା ଖୋଜିଥିଲେ ମଧ୍ୟ ସନ୍ତୋଷଙ୍କୁ ପାଇପାରିନଥିଲେ। ସନ୍ତୋଷଙ୍କ ମୃତ ଶରୀର ପାଣିରେ ଭାସୁଥିବା ଖବର ପାଇ ଅଗ୍ନିଶମ ବାହିନୀ ଭାମସିଆଳି କେନାଲର ଡାହାଳିଆ ଠାରେ ସନ୍ତୋଷଙ୍କ ମର ଶରୀରକୁ ଉଧାର କରିଥିଲେ। ବୁଗୁଡା ପୋଲିସ୍ ସନ୍ତୋଷ ରାଉତଙ୍କ ମରଶରୀରକୁ ଜବତ କରି ଶବବ୍ଯବଛେଦ ପାଇଁ ପଠାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ