ବାଇକ ଧକ୍କାରେ ଚାଲିଗଲା ଜୀବନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ପବିତ୍ର ରାକ୍ଷୀ ପୁର୍ଣ୍ଣିମାରେ ଝିଅ ଘରକୁ ଯିବାପାଇଁ ମିଠା କିଣିବାକୁ ଛେନାପଦିଛକକୁ ଆସିଥିବା ବେଳେ ବାଇକ ଧକ୍କାରେ ଜୀବନ ଯାଇଛି । ଏପରି ଏକ ଦୁଖଃଦ ଘଟଣା ଘଟିଯାଇଛି ଆନନ୍ଦପୁର-ଭଦ୍ରକ ୫୩ନଂ ରରାଜ୍ୟ ରାଜପଥର ଛେନାପଦସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ । ସୁଚନାରୁ ଜଣାଯାଇଛି ଯେ ବିରିଡି ଗ୍ରାମର ବିନୋଦ ପାଣି ନାମକ ଜଣେ ବ୍ୟକ୍ତି ରାକ୍ଷୀପୁର୍ଣ୍ଣିମା ପାଇଁ ତାଙ୍କ ଝିଅ ଘରକୁ ଯିବେ ବୋଲି ପୁଅ ସହିତ ଘରୁ ବାହାରି ଯାଇଥିଲେ । ସେମାନେ ଛେନାପଦି ଛକକୁ ମିଠା ଆଣିବା ଉଦେ୍ଦଶ୍ୟରେ ଯାଇଥିଲେ । ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପୁଅ ବାପାକୁ ରାସ୍ତା କଡରେ ଓହ୍ଲାଇ ଦେଇ ମିଠା ଆଣିବାକୁ ଯାିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ବିନୋଦଙ୍କୁ ଧକ୍କା ଦେଇ ପଳାଇଥିଲା । ବିନୋଦ ମୁହଁ ମାଡି ୍ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହିତ ଛାତିରେ ପ୍ରବଳ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ବିନୋଦଙ୍କୁ ମୃତ ଘୋଷଣା କରିଥିଲେ । ନନ୍ଦିପଦା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିବା ଜଣାଯାଇଛି । ଏପରି ଏକ ଦୁଖଃଦ ଘଟଣାରେ ସମଗ୍ର ବିରିଡି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ