ମୃତ ବିଦୁ୍ୟତ ଶ୍ରମିକଙ୍କ ପରିବାର ମିଳିଲାନି ସହାୟତା

ହାଟଡ଼ିହି, (ବିକାଶ ବିଶ୍ୱାଳ):ତିନିବର୍ଷ ତଳେ ବିଦୁ୍ୟତ ବିଭାଗରେ କାମ କରୁଥିବା ଜଣେ ଶ୍ରମିକ ବିଦୁ୍ୟତ ଖୁଣ୍ଟରେ ଚଢ଼ି କାମ କରୁଥିବାବେଳେ ମୃତୁ୍ୟବରଣ କରିଥିଲେ ବି ଆଜି ପର୍ଯ୍ୟନ୍ତ ସହାୟତା ପାଇବାରୁ ବଞ୍ଚିତ ହୋିଛନ୍ତି । ଖବରରୁ ଜଣାଯାଇଛି ଯେ ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତ ଅଧିନସ୍ଥ ଅଧିନସ୍ଥ ଜାବିନିପୁର ଗ୍ରାମର ବଟ ମୁଣ୍ଡାଙ୍କ ପୁଅ ଅଭିରାମ ମୁଣ୍ଡା ନିଲସିକା ନାମକ ଏକ ମପ୍ନାୀ ଅଧିନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ୨୦୧୯ ମସିହାରେ ବିଦ୍ୟାଧରପୁର ଅଞ୍ଚଳରେ କାମ କରୁଥିବା ସମୟରେ ବିଦୁ୍ୟତ ଆଘାତରେ ତାଙ୍କର ମୃତୁ୍ୟ ଘଟିଥିଲା । ଏନେଇ ଶ୍ରମିକଙ୍କ ପକ୍ଷରୁ କ୍ଷତିପୁରଣ ପାଇଁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଜଣାଯାଇଥିଲା । ୨୦୨୦ରେ ନିଲସିକା କମ୍ପାନୀ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଏକ ଚିଠି ସହ ଜୀବନବୀମା ଅର୍ଥରାଶି ଚେକ ପ୍ରଦାନ କରିବା ନିମନ୍ତେ ସୁଚନା ଆସିଥିଲା । ମୃତ ଅଭିରାମଙ୍କ ବାପା ବଟ ମୁଣ୍ଡା, ମା ବାସନ୍ତୀ ମୁଣ୍ଡା ସମସ୍ତ କାଗଜପତ୍ର ସହ କେନ୍ଦୁଝର ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଯାଇ ଅନେକ ଥର ଯାଇଥିଲେ ମଧ୍ୟ ଅଧିକାରୀ ନାହାନ୍ତି କହି କର୍ମଚାରୀମାନେ ତାଙ୍କୁ ଫେରାଇ ଦେଉଥିବା ସେ ଅଭିଯୋଗ କରିଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବହୁତ ଦୁଖଃକଷ୍ଟରେ ଦିନ କାଟୁଥିବା କହିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ଗରିବ ପରିବାରଟିକୁ ସହାୟତା ଯୋଗାଇ ଦେବାକୁ ବଟ ମୁଣ୍ଡା ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ