ଷ୍ଟେପ୍ ଅନୁଷ୍ଠାନ ପକ୍ଷରୁ ବାରଖମାରେ ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମରେ ଷ୍ଟେପ୍ ଅନୁଷ୍ଠାନରେ ,ଆଜି ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାରଖମାଠାରେ ଅବସ୍ଥିତ ଷ୍ଟେପ୍ ଅନୁଷ୍ଠାନ ପକ୍ଷରୁ ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେକ୍ରେଟେରୀ ବିକ୍ରମ ଦିଗାଲ ଓ ସମସ୍ତ ସଦସ୍ୟ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ବାରଖମା ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ । ବାରଖମା ନିକଟରେ ସମସ୍ତେ ଏକାଠି ହୋଇ ହାତରେ ତୀରଙ୍ଗା ଧରି “ବନ୍ଦେ ମାତରଂ” “ଭାରତ ମାତା କି ଜୟ” ସ୍ଲୋଗାନ୍ ଦେଇ ଷ୍ଟେପ୍ କାର୍ଯ୍ୟାଳୟ ରୁ ବାହାରି ସହରର ମୁଖ୍ୟ ବଜାର ଦେଇ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା । ଏହାପରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତୀରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେବାସହ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଜଣେ ଭାରତୀୟ ନାଗରିକ ଭାବେ ନିଜକୁ ଗର୍ବ ଓ ଗୌରବ କରିବାକୁ ଆହ୍ବାନ୍ ଦେଇଥିଲେ । ଜନସାଧାରଣଙ୍କୁ ସାଥିରେ ନେଇ ଷ୍ଟେପ୍ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେସ୍ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ