କେନ୍ଦ୍ରାପଡା ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ସମୀକ୍ଷା ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ବିଜୁ ଜନତାଦଳ ପକ୍ଷରୁ ଜମଧର ପଂଚାୟତ ଅନ୍ତର୍ଗତ ଜଂଟିଲୋ ଯଜ୍ଞ ପଡିଆ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି(ପୀରଭାଇ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସଭ୍ୟ ସଂଗ୍ରହ ଜରିଆରେ ଦଳକୁ ଶକ୍ତିଶାଳି କରିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଏହାଦ୍ୱାର ପଂଚାୟତ ଠାରୁ ଆରମ୍ଭ କରି ପଂଚାୟତ ସମିତି,ଜିଲ୍ଲା ପରିଷଦ ଓ ରାଜ୍ୟ ସରକାର ସମସ୍ତେ ମଜଭୁତ ହୋଇପାରିବେ ଓ ଆମର ବିକାଶ ଧାରା ଆଗେଇ ଚାଲିିବ । ଭାଗବତପୁର ପଂଚାୟତର ପୂର୍ବତନ ସରପଂଚ ସୂର୍ଗତ ଚିତ୍ତରଞ୍ଜନ ବେହେରା ପଂଚାୟତକୁ ଯେଉଁ ବିକାଶ ପଥରେ ଆଗେଇ ନେଉଥିଲେ ତାଙ୍କର ସେହି ଅଧୁରା ସ୍ୱପ୍ନକୁ ପୁରା କରିବାକୁ ହେଲେ ଆସନ୍ତା ୨୭ତାରିଖ ଉପନିର୍ବାଚନରେ ବିଜେଡି ଦଳର ସମର୍ଥିତ ସରପଂଚ ପ୍ରାର୍ଥୀ ସଂଗମ କୁମାର ସାମଲଙ୍କୁ ବିପୁଳସଂଖ୍ୟାରେ ଜୟଯୁକ୍ତ କରିବାକୁ ଉପସ୍ଥିତ ପଂଚାୟତବାସୀଙ୍କୁ ସେ ନିବେଦନ କରିଥିଲେ । ପ୍ରବାଦ ପୁରୁଷ ସୂର୍ଗତ ବିଜୁ ପଟ୍ଟନାୟକ କହୁଥିଲେ ମଇଁଷି ସିଙ୍ଗ ଫଟା ଜୁଝିଲା ବେଳକୁ ଗୋଟା । ଆଜି ସେହିଭଳି ଏହି ମଂଚରେ ଦଳର ସମସ୍ତେ ଏକଜୁଟ ହୋଇଛନ୍ତି । ବିକାଶର ମୁଳଦୁଆ ଏହି ଭାଗବତପୁର ପଂଚାୟତରେ ପଡିଛି ଯେଉଁଠି ଜାତିର ଜନକ ମହାତ୍ମା ଗାନ୍ଧି ବିଶ୍ରାମ ନେଇଥିଲେ । ଏହି ପଂଚାୟତ ଉପ ନିର୍ବାଚନର ପ୍ରାୟ ଦେଢବର୍ଷ ପରେ ତ୍ରୀସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବ ସେ ପର୍ଯ୍ୟନ୍ତ ସେ ନିଜେ ପଂଚାୟତର ଦାୟିତ୍ୱ ନେଉଛନ୍ତି ବୋଲି କହିଥିଲେ । ପଂଚାୟତର ବିକାଶ ଦାୟିତ୍ୱ ତାଙ୍କର ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟିକା ତଥା ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡଃ.ସିପ୍ରା ମଲ୍ଲିକ ଯୋଗଦେଇ ଭାଗବତପୁର ପଂଚାୟତ କେନ୍ଦ୍ରାପଡାର ମୁଖଶାଳା ବୋଲି ମତବ୍ୟକ୍ତ କରିଥିଲେ । ଏହା ବହୁ ଗୁରୁତ୍ୱ ବହନ କରେ । ପଂଚାୟତର ଗୈାରବକୁ ବଜାୟ ରଖିବା ପାଇଁ ଦଳର ସମର୍ଥିତ ସରପଂଚ ପ୍ରାର୍ଥୀ ସଂଗମ ସାମଲଙ୍କୁ ସମସ୍ତେ ଏକାଠି ହୋଇ ଜିତାଇ ଆଣିବାକୁ ସେ ଅନୁରୋଧ କରିଥିଲେ । ଆଜିର ଏହି ସଭା ପୂର୍ବ ସଭା ଭଳି ନିଆରା ଓ ନିଜର ଭଳି ଲାଗୁଛି । ପୁଣି ସେ ପୂର୍ବ ସମୟ ଫେରି ଆସିଛି । ଏଥିସହିତ ଏହି ସଭାରେ ଏକ ସ୍ୱତନ୍ତ୍ରତା ଭରି ରହିବା ସହ ବିଶେଷତା ବହନ କରୁଛି ବୋଲି ପୂର୍ବତନ ବିଧାୟିକା ଡଃ.ମଲ୍ଲିକ କହିଥିଲେ । ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଯୋଗଦେଇ ସଭ୍ୟ ସଂଗ୍ରହ କ୍ଷେତ୍ରରେ କେନ୍ଦ୍ରାପଡା ବହୁ ଆଗରେ ରହିଛି ଓ ନବୀନବାବୁଙ୍କ ପାଖରେ ଲୋକମାନେ ନିଜକୁ ହଜାଇ ଦେଇଛନ୍ତି ବୋଲି କହିଥିଲେ । ସାରାଦେଶରେ ଏହି ପଂଚାୟତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରାକ୍ତନ ସରପଂଚ ସୂର୍ଗତ ଚିତ୍ତରଞ୍ଜ ବେହେରାଙ୍କ ସ୍ମୃତିକୁ ଉଦଜିବିତ କରିବା ଓ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଦଳୀୟ ସରପଂଚ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ ଯୋଗଦେଇ ଗ୍ରାମାଚଂଳରେ ପ୍ରତ୍ୟେକ ଗରୀବ ପରିବାରକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସର୍ବଦା ପ୍ରୟାସ ଜାରିରଖିଥିବା ଆମର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଥିଲେ । କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳିରେ ଏପର୍ଯ୍ୟନ୍ତ ୪୦ହଜାର ସଭ୍ୟ ସଂଗ୍ରହ ହୋଇଛନ୍ତି । ଏଥିସହିତ ଭାଗବତପୁର ପଂଚାୟତକୁ ଏକ ଶ୍ରେଷ୍ଠ ଓ ଆଦର୍ଶ ପଂଚାୟତ ଭାବେ ଗଢିତୋଳିବାକୁ ଦଳର ସମର୍ଥିତ ପ୍ରାର୍ଥୀ ସଂଗମ ସାମଲକୁ ବିପୁଳ ସଂଖ୍ୟାରେ ମାଛ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ସେ ନିବେଦନ କରିଥିଲେ । ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ପ୍ରମୁଖ ଯୋଗଦେଇ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ଓ ଏହି ପଂଚାୟତ ଉପନିର୍ବାଚନରେ ଦଳର ସମର୍ôଥତ ପ୍ରାର୍ଥୀଙ୍କୁ ବହୁ ଭୋଟରେ ଜିତାଇବାକୁ ନିବେଦନ କରିଥିଲେ । ଭାଗବତପୁର ପଂଚାୟତର ସମିତିସଭ୍ୟ ଧିରେନ୍ଦ୍ର କୁମାର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପଂଚାୟତର ବରିଷ୍ଠ ନେତା ଦେବକିନନ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଲନଗର ପଂଚାୟତର ପୂର୍ବତନ ସମିତି ସଭ୍ୟ ତ୍ରିଲୋଚନ ଦାସ, ଅଭିମନ୍ୟୁ ମହାନ୍ତି, ସତ୍ୟରଞ୍ଜନ ରାଉତ, ଅଜୟ କୁମାର ମଲ୍ଲିକ,ପୂର୍ବତନ ପୈାର ଉପାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏଥିରେ ଏକ ହଜାରରୁ ଉର୍ଦ୍ଧ୍ୱ ଦଳୀୟ ସମର୍ଥକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ