ଚୋରା ମଦ ଜବତ, ୯ ଗିରଫ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ସଦର, ଡେରାବିଶ ଓ ରାଜନଗର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଠାକୁରପାଟଣା ଗ୍ରାମର ଜାକିର ଖାନ(୩୯)ଙ୍କ ଠାରୁ ୩୫ ଲିଟର ଚୋରା ଦେଶୀ ମଦ, ଚାତରପାଟଣା ଗ୍ରାମର ରଘୁନାଥ ନାୟକ(୫୧)ଙ୍କ ଠାରୁ୨୮ ଲିଟର ଚୋରା ଦେଶୀ ମଦ,ବାଘିଲୋ ଗ୍ରାମର ଅକ୍ଷୟ କୁମାର ମଳିକ(୬୮)ଙ୍କ ଠାରୁ ୨୩ ଲିଟର ଚୋରା ବିଦେଶୀ ମଦ, ପଞ୍ଚୁପାଣ୍ଡବ ଗ୍ରାମର ସନ୍ତୋଷ ସେଠୀ(୩୨)ଙ୍କ ଠାରୁ ୩୧ଲିଟର ଚୋରା ବିଦେଶୀ ମଦ, ରାଜନଗର ଗ୍ରାମର ସର୍ବେଶ୍ୱର ମଳିକ(୪୨)ଙ୍କ ଠାରୁ ୨୪ ଲିଟର ଚୋରା ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ, ବଳରାମ ସେଠୀ(୨୭)ଙ୍କ ଠାରୁ ୨୫ ଲିଟର ଚୋରା ବିଦେଶୀ ମଦ, ଗୋବିନ୍ଦପୁର ଗ୍ରାମର ଅନିରୁଦ୍ଧ ମଳିକ(୪୨)ଙ୍କ ଠାରୁ ୧୫ ଲିଟର ଚୋରା ବିଦେଶୀ ମଦ, ଓଲଢି ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା(୩୨)ଙ୍କ ଠାରୁ ୧୦ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ସାନ୍ତସହି ଗ୍ରାମର ସନ୍ଦୀପ ସୁବ୍ରମନିୟମ(୨୪)ଙ୍କ ଠାରୁ ୧୫ ଲିଟର ଚୋରା ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାକ୍ଷରୁ ସମୁଦାୟ ୨୦୬ଲିଟର ବିଦେଶୀ, ଦେଶୀ ଓ ଦେଶୀ ରନ୍ଧା ଚୋରା ମଦ ଜବତ କରାଯାଇ ୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର, ସୁଶ୍ରୀ ଋତୁପ୍ରଭା ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


