ବୃକ୍ଷ କୁ ଭାଇ ମାନି ଛାତ୍ରୀ ମାନେ ବାନ୍ଧିଲେ ରାକ୍ଷୀ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଭାଇ ଭଉଣୀ ର ପବିତ୍ର ସମ୍ପର୍କ ର ଗୋଟିଏ ଦିନ। ବୃକ୍ଷ ବି ଆମର ଗୋଟିଏ ଭାଇ ପରି । ସେଥିପାଇଁ ବୃକ୍ଷ କୁ ଭାଇ ମନେ କରି ରାକ୍ଷୀ ବାନ୍ଧିଛନ୍ତି ନିମାପଡା ର ସାମାଜିକ ଅନୁଷ୍ଠାନ ଲିଟିଲ୍ ଷ୍ଟାର ର ଛାତ୍ରୀମାନେ । ପୁରୀ ଜିଲ୍ଲା ନିମାପଡା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଟିଲି ଷ୍ଟାର ଗ୍ରୁପ ବର୍ଷକ ମଧ୍ୟରେ ଅନେକ ସାମାଜିକ କାର୍ଯ୍ୟ କରିଥାଏ।ତାହା ମଧ୍ୟରେ ରାକ୍ଷୀ ପୂର୍ଣ୍ଣିମା କୁ ଏକ ନିଆରା ଢଙ୍ଗରେ ପାଳିଛନ୍ତି ଅନୁଷ୍ଠାନ ର ଛାତ୍ରୀମାନେ।ବୃକ୍ଷ କୁ ନିଜର ଭାଈ ମାନି ବୃକ୍ଷ ରେ ଛାତ୍ରୀ ମାନେ ରାକ୍ଷୀ ବାନ୍ଧିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆମଙ୍କୁ ବୃକ୍ଷ ମାନେ ଅମ୍ଳଜାନ ଦେଇ ଆମ ଜୀବନ ରକ୍ଷା କରୁଛନ୍ତି। ଏଣୁ ବୃକ୍ଷ ଦେହରେ ରାକ୍ଷୀ ବାନ୍ଧି ଆମେ ବହୁତ ଆନନ୍ଦିତ ବୋଲି କହିଛନ୍ତି ଅନୁଷ୍ଠାନ ର ଛାତ୍ରୀ ଅନନ୍ୟା ପ୍ରିୟଦର୍ଶନୀ ବେହେରା ଓ ଜୋତିପ୍ରଭା ଆଚାର୍ଯ୍ୟ । ସକାଳୁ ଅନୁଷ୍ଠାନର ଛାତ୍ରୀ ମାନେ ଘରୁ ଆସିଲା ବେଳେ ରାକ୍ଷୀ, ଦୁବ, ଅରୁଆ ଚାଉଳ,ସିନ୍ଦୁର ଓ ଫୁଲ ସାଥିରେ ଆଣି ଗାଁରେ ଥିବା ବିଦ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏକ ପତ୍ରରେ ସବୁ କୁ ଏକାଠି କରି ଯାଇଥିଲେ ବିଦ୍ୟାଳୟ ପରିସରରେ ଥିବା ବୃକ୍ଷ ପାଖକୁ।ସେଠାରେ ବୃକ୍ଷ କୁ ପୂଜା କରିବା ସହିତ ବୃକ୍ଷ ରେ ରାକ୍ଷୀ ବାନ୍ଧିଥିଲେ।ଯେହେତୁ ବୃକ୍ଷ ଆମକୁ ଅମ୍ଳଜାନ ଦେବା ସହ ପରିବେଶ ପ୍ରଦୂଷଣ ରୁ ରକ୍ଷା କରୁଛି ସେ ବି ଆମର ଭାଇ ପରି। ଏଣୁ ବୃକ୍ଷ ରେ ରାକ୍ଷୀ ବାନ୍ଧି ଏକ ଅନନ୍ୟ ପରମ୍ପରା ଦୀର୍ଘ ବର୍ଷ ହେବ ପାଳନ କରି ଆସୁଛନ୍ତି ଅନୁଷ୍ଠାନ ର ଛାତ୍ରୀ ମାନେ ବୋଲି କହିଛନ୍ତି ଗବେଷକ ରବୀନ୍ଦ୍ର ନାଥ ପାଢ଼ୀ । ପ୍ରତିବର୍ଷ ଆମ ଅନୁଷ୍ଠାନ ଏପରି ନିଆରା କାର୍ଯ୍ୟକ୍ରମ କରିଆସୁଛି ବୋଲି କହିଛନ୍ତି ଲିଟିଲ୍ ଷ୍ଟାର ଅନୁଷ୍ଠାନ ର ସମ୍ପାଦକ ସୁମନ୍ତ ମହାରଣା। ଅନୁଷ୍ଠାନ ର ଛାତ୍ରୀ ମାନେ ବୃକ୍ଷ ରେ ରାକ୍ଷୀ ବାନ୍ଧି ଆଜି ଯେଉଁ ବାର୍ତ୍ତା ଦେଇଛନ୍ତି ତାହାକୁ ସବୁ ମହଲ ରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ