ହତ୍ୟା ଉଦ୍ୟମ ମାମଲାରେ ପୂର୍ବତନ ସମିତିସଭ୍ୟ ଜେଲ ଗଲେ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ପାରିବାରିକ ବିବାଦକୁ କେନ୍ଦ୍ରକରି ନିଜ ସାନଭାଇ ଏବଂ ଭାଇବୋହୁଙ୍କୁ ଆକ୍ରମଣ କରିବା ମାମଲାରେ ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ  ଜାଗିଲି ସେଠୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା  ଜଣାପଡିଛି।ନୂଆଗାଁ ଥାନା ମାମଲା ନଂ. ୨୦୦/୨୨ ଦଫା ୪୫୨/୩୨୫/୩୫୪/୩୦୭ ଆଇ ପି ସି ଅନୁଯାୟୀ ଜାମିନ ନାମଞ୍ଜୁର ହୋଇ ଯିବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଅଭିଯୋଗ ପ୍ରକାରେ ଗତ ରବିବାର ସନ୍ଧ୍ୟାରେ ଜାଗିଲିଙ୍କ ଭାଇବୋହୂ ଘରକୁ ଫେରୁଥିବା ବେଳେ ଜାଗିଲି କୁଆଡେ ଜାଣିଶୁଣି ତାଙ୍କୁ ବାଇକ ଲଗାଇ ଚାଲିଯାଇଥିଲେ।ଫଳରେ ସେ ରାସ୍ତାରେ ପଡିଯିବା ସହ ତାଙ୍କର ପିନ୍ଧାଲୁଗା ଖସି ଯାଇଥିଲା।ତାଙ୍କ ସ୍ବାମୀ କୀର୍ତ୍ତନ ବିଲରୁ ଫେରି ଘଟଣା ସମ୍ପର୍କରେ ଜାଗିଲିଙ୍କୁ ପଚାରିବା ପରେ ଜାଗିଲି ଉତ୍ଯକ୍ତ ହୋଇ ତାଙ୍କୁ ମାଡ ମାରିଥିଲେ।କିଛି ସମୟ ପରେ ଜାଗିଲି, ତାଙ୍କ ସ୍ତ୍ରୀ, ମାଆ ଏବଂ ପୁଅ ସମସ୍ତେ ମିଶି ପୁଣି କୀର୍ତ୍ତନଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ କୀର୍ତ୍ତନ, ତାଙ୍କ ସ୍ତ୍ରୀ ମୋହିନୀ ଏବଂ ଛୋଟ ଝିଅ ଓ ପୁଅକୁ ମାଡ ମାରିଥିବା ଖୋଦ ମୋହିନୀ ଥାନାରେ ଏତଲା ଦେଇଥିଲେ।ତେବେ ଉଭୟ ପରିବାର ମଧ୍ୟରେ ପୂର୍ବରୁ ବାଦବିବାଦ ଲାଗିରହିବା ସହ ଏକାଧିକ  ମାମଲା କୋର୍ଟରେ ବିଚାରାଧୀନ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ