ଲଘୁଚାପ ଜନିତ ବର୍ଷାରେ ସହରର ତଳିଆ ଅଞ୍ଚଳରେ ପସିଲା ବର୍ଷା ପାଣି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପ୍ରାୟ ୩/୪ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ କେନ୍ଦ୍ରାପଡା ପୈାରାଞ୍ଚଳର ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ବସ୍ତି ଓ ଗ୍ରାମ ଗୁଡିକରେ ବର୍ଷା ପାଣି ପସିଯିବା ଫଳରେ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି । ସହରର ଜୟୀପୁରା, କୁମାରିଆ, କମାରଖଣ୍ଡି, କନିଆଜୋରୀ, ରଣପଡା, ହଜାରି ବଗିଚା, ସୁଇପର କଲୋନୀ,ଖଡିୟଙ୍ଗ, ଦିଲାରପୁର, କୁରେସି ମହଲା, ମହିପାଳ, କଜଳା, ମୀରପାଟଣା, ଗୋପ ପ୍ରଭୃତି ଗ୍ରାମ ଏବଂ ବସ୍ତି ଗୁଡିକରେ ବର୍ଷାଜଳ ପଶିଯାଇଛି । ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କ ଘରେ ବର୍ଷା ପାଣି ପଶିଯିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମହିପାଳ ଗ୍ରାମର ସମବାୟବୀତ ପ୍ରମୋଦ ସାହୁଙ୍କ ଘର ପାଖକୁ ବର୍ଷା ପାଣି ଲାଗି ଯାଇଥିବା ଦେଖିବାକୁ ମିଳିଛି । ସେହିପରି ଜୟୀପୁରା, କନିଆଜୋରୀ ଏବଂ କୁମାରିଆରେ ମଧ୍ୟ କେତେକ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଥିବା ସହ ସେ ଅଞ୍ଚଳରେ ଥିବା ରାସ୍ତା ଗୁଡିକ ମଧ୍ୟ ବର୍ଷା ପାଣିରେ ବୁଡି ରହିଥିବା ଦେଖାଯାଇଛି । ପୈାର ପରିଷଦ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବର୍ହାଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ସହ ବ୍ଲିଚିଂ ପାଉଡର ବଣ୍ଟନ କରାଯାଇଛି । ଆଗକୁ ଯଦି ବର୍ଷା ଲାଗି ରହେ ତେବେ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।


