ଲଗାଣ ବର୍ଷା, ଘରେ ପଶିଲା ପୋଖରୀ ପାଣି
ରାଇକିଆ, (ପ୍ରଦୀପ ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ଗତ ଦୁଇ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଛି । ଏହାର ଏହାର ପ୍ରଭାବ ରେ ଲକ୍ଷ୍ମୀ ବଜାର ପୋଖରୀ ଜଳାର୍ଣବ ହେବା ସହ ପୋଖରୀ ନିକଟ ରେ ବସ ବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଥିଲା । ଏଥି ଯୋଗୁଁ ଲୋକେ ଅସୁବିଧା ର ସମ୍ମୁଖୀନ ହେବା ସହ କିଛି ଲୋକଙ୍କ କଚା ଘର ମଧ୍ୟ କ୍ଷତି ଗ୍ରସ୍ତ ହୋଇଥିଲା । ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର ଏବଂ ସରପଞ୍ଚ ଗୀତାଞ୍ଜଳି ନାୟକ ଉପସ୍ଥିତ ରହି ତୁରନ୍ତ ଯୁଦ୍ଧକାଳୀନ ଭିତ୍ତି ରେ ଜଳ ନିଷ୍କାସନ ବ୍ୟବସ୍ଥା କରାଇଥିଲେ । ଏହି ସ୍ଥାନ ରେ ଡ୍ରେନ ବ୍ୟବସ୍ଥା ଥିଲେ ମଧ୍ୟ ଗୋଟିଏ ପଟେ ଡ୍ରେନ ଉପରେ ଜବରଦଖଲ ଯୋଗୁଁ ଡ୍ରେନ ପୋତି ହୋଇଯାଉଛି ଅନ୍ୟ ପକ୍ଷରେ ପୋତି ହୋଇଥିବା ଡ୍ରେନ ପୁନରୁଦ୍ଧାର କରାଯାଉନଥିବା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି।