ବଞ୍ଚୋ ପଞ୍ଚାୟତରେ ୭୬ତମ ସ୍ୱାଧୀନତା ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବୀର ସୈନିକ ବାବାଜି ଚନ୍ଦ୍ର ଘଡେଇ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଦେଶମାତୃକାର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏତôରେ ବଞ୍ଚୋ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ବରାହୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ବୀର ପୁରୁଷଙ୍କ ଜୟଗାନ କରିଥିଲେ । ଏହି ଅବସରରେ ବଞ୍ଚୋ ପଞ୍ଚାୟତର ଅନେକ ହିତାଧିକାରୀଙ୍କୁ ନୁତନ ରେସନ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ପଞ୍ଚାୟତର ପିଇଓ ନରହରି ନାୟକ, ବ୍ଲକର ଏପିଇଓ କାନନବାଳା ପୃଷ୍ଟି, ଜିଆରଏସ ତପସ୍ୱିନୀ ରାୟ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ଥିବାବେଳେ ପଞ୍ଚାୟତର ବରିଷ୍ଠ ନାଗରିକ ସନାତନ ଓଝା, ରାଧାଗୋବିନ୍ଦ ଦାଶ, ମାର୍କଣ୍ଡ ଚରଣ ଓଝା, ଛବିନ୍ଦ୍ର ନାୟକ, ଅଭିନ୍ନ ରାଉତ, ବିଦ୍ୟାଧର ରାଉତ, ଅଜୟ ବରାଳ, ପ୍ରସନ୍ନ ପଟ୍ଟନାୟକ, ରଶିକାନ୍ତ ରାଉତ, ଧ୍ରୁବ ଚରଣ ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ପରେ ଅମୃତ ସରୋବରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପଞ୍ଚାୟତର ସମସ୍ତ ଆଶା, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଗ୍ରାମର ବିଭିନ୍ନ ସ୍ଥାନକୁ ସଫେଇ କରାଯିବା ସହିତ ବଞ୍ଚୋ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଥିଲା ।