ହ୍ୱାଟସ୍‌ଆପ୍ ଚାଟିଂ ଓ ମେସେଜ୍ ହୋଇପାରେ ହ୍ୟାକ୍‌

ଯଦି ଆପଣ ମୋବାଇଲରେ ହ୍ୱାଟସ୍‌ଅପ୍ ଚାଟିଂ ଓ ମେସେଜ୍‌ରେ କୌଣସି ପ୍ରକାରର ଗୁପ୍ତ ଓ ଗୋପନୀୟ ତଥ୍ୟର ଆଦାନପ୍ରଦାନ କରୁଛନ୍ତି, ତେବେ ସାବଧାନ ରୁହନ୍ତୁ । କାରଣ ସମ୍ପ୍ରତି ଦେଶର ସୁରକ୍ଷା ଚଳିତ ସରକାରଙ୍କ ବଡ଼ ଚ୍ୟାଲେଞ୍ଜ୍ ହୋଇଥିବାରୁ ହ୍ୱାଟସ୍‌ଅପ୍ ଚାଟିଂ ଓ ମେସେଜ୍ ହ୍ୟାକ୍‌, ଟ୍ୟାପ୍ ଓ ଟ୍ରାପ୍ କରାଯାଉଛି । ଏହା ଆଇନସମ୍ମତ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସଂସଦର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱୀକାର କରାଯାଇଛି ଯେ ଆମେ ସନ୍ଦେହଜନକ ବ୍ୟକ୍ତବିଶେଷଙ୍କର ହ୍ୱାଟସ୍‌ଅପ୍ ଚାଟିଂ ଓ ମେସେଜ୍ ସବୁକୁ ହ୍ୟାକ୍‌, ଟ୍ୟାପ୍ ଓ ଟ୍ରାକ୍ କରୁଛୁ । ଏହା କୌଣସି ବେଆଇନ୍ କାର୍ଯ୍ୟ ନୁହେଁ; ବରଂ ଏହା ସମ୍ପୂର୍ଣ୍ଣ ଆଇନ୍ ସମ୍ମତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ