ବାଇସେପ୍ସ ଫୁଲାଇବା ମହଙ୍ଗା ପଡ଼ିଲା
ବଡ଼ି ବିଲଡିଂ କରିବା ଆଜିକାଲି ଯୁବକମାନଙ୍କ ଏକ ସଉକ ପାଲଟିଛି । ଏଥିପାଇଁ ଯୁବକମାନେ ବିଭିନ୍ନ ପଦ୍ଧତି ଆପଣାଇଥା’ନ୍ତି । କିଛି ଯୁବକ ବଡି ବନାଇବା ପାଇଁ ଜିମ୍ରେ ପରିଶ୍ରମ କରୁଥିବାବେଳେ ଆଉ କେତେ ଅଳ୍ପ ଦିନରେ ସୁନ୍ଦର ବଡ଼ି ପାଇବା ପାଇଁ ଇଞ୍ଜେକ୍ସନ୍ ନେବା ଭଳି ଭୁଲ ଦିଗକୁ ଆପଣାଇ ଥାଆନ୍ତି । ଏଭଳି ଘଟଣା ଘଟଣା ରୁଷର ୨୩ବର୍ଷର ବଡି ବିଲଡର କିରିଲ ଟେରେସିନ୍ଟ ସହିତ ଘଟିଛି । ଇଞ୍ଜେକ୍ସନ୍ ନେଇ ବାଇସେପ୍ସ ବନାଇବା ତାଙ୍କୁ ମହଙ୍ଗା ପଡ଼ିଛି । ଶେଷରେ ତାଙ୍କୁ ଏଥିପାଇଁ ସର୍ଜରି କରିବାକୁ ପଡ଼ିଥିଲା । କିରିଲ ଟେରେସିନ୍ ନିଜର ମାଂସପେଶୀକୁ ଅଳ୍ପ ସମୟରେ ବଡ଼ କରିବା ପାଇଁ ବହୁତ ବିପଦପୂର୍ଣ୍ଣ ଇଞ୍ଜେକ୍ସନ୍ ନେଇଥିଲେ । ଏହି କାରଣର ତାଙ୍କ ବାହୁର ମାଂସପେଶୀ ଫୁଲିଯାଇଥିବା ଦେଖିବାକୁ ମିଳିଥିଲା । ଇଞ୍ଜେକ୍ସନ୍ ନେବା ପୂର୍ବରୁ ଡାକ୍ତର କିରିଲ ଟେରେସିନ୍ଟୁ ଏହି ଇଞ୍ଜେକ୍ସନ୍ ବିଷୟରେ ସଚେତନ ମଧ୍ୟ କରିଥିଲେ । ଇଞ୍ଜେକ୍ସନ୍ ଦେବା ପରେ ଟେରେସିନ୍ ଟ ଏଭଳି ଅବସ୍ଥା ଦେଖି ଡାକ୍ତର କହିଲେ ତୁମେ ଏଭଳି ନକଲି ମାଂସପେଶୀର ଯଥାଶୀଘ୍ର ଅସ୍ତ୍ରୋପଚାର ନକଲେ ତୁମର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏହା ପରେ ଦୁଇଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ କିରିଲ ଟେରେସିନଙ୍କ ବାହୁରୁ ନକଲି ମାଂସପେଶୀକୁ ହଟାଇ ଦିଆଯାଇଥିଲା । ଏହି ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଏହାପରେ ତାଙ୍କୁ ଆଉ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ ।


