ପିଅନ୍ତୁ ଜୁସ୍‌, ରୁହନ୍ତୁ ଖୁସ୍‌

ଯେତେବେଳେ ଆପଣ ମାନସିକ ଓ ଶାରୀରିକ ଭାବେ ଥକିଯାଇଥିବେ, ସେତେବେଳେ ଗୋଟିଏ ଗ୍ଲାସ୍ ଜୁସ୍ ବା ଫଳରସ ପିଇବା ଦ୍ୱାରା ମନରେ ପୁଣି ସତେଜତା ଆସିଯାଏ । ଖାଲି ସେତିକି ନୁହେଁ ନିୟମିତ ଫଳରସ ପିଇବା ଦ୍ୱାରା ମୋଟାପା କମିପାରିବ । ଆଜିକାଲି ସମସ୍ତେ ପତଳା ଚେହେରା ପାଇବାକୁ ଇଚ୍ଛୁକ । ଏଥିପାଇଁ ଅନେକ ଲୋକ ଅନେକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଉପାୟ ଆପଣାଉଛନ୍ତି । ହେଲେ କାହାକୁ ସୁଫଳ ମିଳୁଛି ତ କାହାକୁ ମିଳୁନାହିଁ । ଯଦି ଆପଣ ମଧ୍ୟ ମୋଟାପଣକୁ ନେଇ ଚିନ୍ତିତ ଓ ଶୀଘ୍ର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏପରି ଏକ ଜୁସ୍ ଅଛି, ଯାହା ଆପଣଙ୍କ ସମସ୍ୟା ଦୂର କରିବାରେ ବିଶେଷ ଭାବେ ସହାୟକ ହେବ । ଘରୋଇ ଉପାୟରେ ପ୍ରସ୍ତୁତ ଏହି ଜୁସ୍ ପିଇବା ଦ୍ୱାରା କମ୍ ଦିନରେ ମୋଟାପଣରୁ ମୁକ୍ତି ପାଇବା ସହ ଆହୁରି ଅନେକ ଲାଭ ମିଳିବ । ଏହାକୁ ଖାସ୍ କରି ଶୋଇବା ପୂର୍ବରୁ ପିଇବା ଉଚିତ୍ । ତେବେ ଆସନ୍ତୁ ଜାଣିବା ସେହି ଜୁସ୍ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ଏହାକୁ ପିଇବାର ଲାଭ ବିଷୟରେ ।
ଜୁସ୍ ପାଇଁ ଆବଶ୍ୟକ ସାମଗ୍ରୀ : ଗୋଟିଏ ଲେମ୍ବୁ, ଗୋଟିଏ ଗ୍ଲାସ୍ ପାଣି, ଗୋଟିଏ କାକୁଡ଼ି, ଗୋଟିଏ ଚାମଚ ଅଦା ପେଷ୍ଟ, ୧ ଚାମଚ ଘି କୁଆଁରୀ ରସ ଓ ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ : ଏ ସମସ୍ତ ସାମଗ୍ରୀକୁ ପେଷି ଜୁସ୍ ପ୍ରସ୍ତୁତ କରନ୍ତୁ । ଏବେ ଏହି ଜୁସ୍‌କୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ।
ଜାଣନ୍ତୁ, ପିଇଲେ କ’ଣ ମିଳେ ଲାଭ : ଏହା ଆପଣଙ୍କ ଓଜନ କମ୍ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ । ଏ ସମସ୍ତ ଜିନିଷର ମିଶ୍ରଣ ଆପଣଙ୍କ ଶରୀରର ମୋଟାବଲିଜିମ୍‌କୁ ତ୍ୱରାନ୍ୱିତ କରିଥାଏ । ଯେଉଁ ସମୟରେ ଆପଣ ନିଦରେ ଥିବେ, ଆପଣଙ୍କ ମୋଟାବଲିଜମ୍ ସକ୍ରିୟ ହୋଇ ମୋଟାପଣଙ୍କୁ କମ୍ କରିବାରେ ସାହାଯ୍ୟ କରିବ । ପ୍ରତିଦିନ ଏହି ଜୁସ୍ ସେବନ କଲେ, କିଛିଦିନ ଭିତରେ ଆପଣଙ୍କ ପେଟର ଚର୍ବି କମିବାରେ ଲାଗିବ । ଏହା ସହିତ ଶରୀରକୁ ଆବଶ୍ୟକୀୟ ପୋଷଣ ମଧ୍ୟ ଯୋଗାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ