ଚୁଟ୍କି ଦୂରକରନ୍ତୁ ବ୍ରଣ ସମସ୍ୟା
ମୁହଁ ସୌନ୍ଦର୍ଯ୍ୟକୁ ଗୋଟିଏ ମାତ୍ର ବ୍ରଣ ହିଁ ନଷ୍ଟ କରିଦେଇଥାଏ । ଯଦି କୌଣସି ଉତ୍ସବରେ ଯୋଗ ଦେବାକୁ ଅଛି ଏବଂ ମୁହଁରେ ବ୍ରଣ ଭରି ରହିଛି, ତେବେ ଉତ୍ସବର ମଜା ପୂରା ଖରାପ ହୋଇଯାଏ । ଆପଣ ଚାହିଁଲେ ଗୋଟିଏ ଚୁଟ୍କିରେ ବ୍ରଣ ଦୂର କରିପାରିବେ । ଏଥିପାଇଁ କିଛି ଘରୋଇ ଉପଚାର ଗ୍ରହଣ କରିବାକୁ ହେବ । ଆସନ୍ତୁ, ଏ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।
ସିରକା ବା ସେଓ ରସ: ଆପେଲ୍ ସାଇଡର ଭିନେଗାର ବା ସେଓ ରସକୁ ଏକ କଟନ୍ ବା ତୁଳାରେ ନେଇ ବ୍ରଣ ହୋଇଥିବା ସ୍ଥାନରେ ରଖି ରାତିରେ ଶୋଇ ପଡନ୍ତୁ । ସକାଳକୁ ଏହାର ଫରକ ନିଶ୍ଚୟ ଦେଖିପାରିବେ ।
ଟୁଥ୍ପେଷ୍ଟ: ବ୍ରଣ ଉପରେ ପ୍ରଥମେ ବରଫର ଶେକ ଦିଅନ୍ତୁ । ପରେ ମୁହଁକୁ ପୋଛି ବ୍ରଣ ଉପରେ ଟୁଥ୍ପେଷ୍ଟ ଲଗାଇ ୨୦ରୁ ୩୦ ମିନିଟ୍ ଛାଡ଼ିଦିଅନ୍ତୁ । ପାଣି ଧୋଇ ହୋଇ ପଡନ୍ତୁ । ଏହା ଦ୍ୱାରା ତୁରନ୍ତ ବ୍ରଣ ସମସ୍ୟା ଦୂର ହୋଇଥାଏ ।
ଲବଙ୍ଗ ଓ ରସୁଣ: ଲବଙ୍ଗ ଓ ରସୁଣକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ବ୍ରଣ ଉପରେ ଲଗାଇ ସାରା ରାତି ଛାଡ଼ିଦିଅନ୍ତୁ । ସକାଳକୁ ଦେଖିବେ ବ୍ରଣ ଭଲ ହୋଇଯାଇଥିବ ।
ମହୁ ଓ ଡାଲଚିନି: ଡାଲଚିନିକୁ ପେଷି ଏହାର ପେଷ୍ଟ ତିଆରି କରନ୍ତୁ । ପରେ ଏଥିରେ ମହୁ ମିଶାଇ ବ୍ରଣ ଉପରେ ଲଗାଇ ଅଧ ଘଣ୍ଟା ଛାଡ଼ିଦିଅନ୍ତୁ । ପରେ ପାଣିରେ ଭଲ ଭାବରେ ଧୋଇ ହୋଇ ପଡନ୍ତୁ । ସକାଳକୁ ବ୍ରଣ ଦବି ଯାଇଥିବ ।


