ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ କର୍ମଶାଳା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଶିକ୍ଷଣ ଉପକରଣର ବ୍ୟବହାର ଉପରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରଧାନ ଶିକ୍ଷକ ଓ ଦ୍ୱିତୀୟ ଦିନରେ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଅଲଣାହାଟ ହାଇସ୍କୁଲ ପରିସରରେ ୪ଟି ଆଂଚଳିକ ସାଧନ କେନ୍ଦ୍ରକୁ ନେଇ ଆୟୋଜିତ କର୍ମଶାଳାରେ ୩୪ଜଣ ପ୍ରଧାନ ଶିକ୍ଷକ ଓ ୪୪ଜଣ ଉତ୍ସର୍ଗୀକୃତ ଶିକ୍ଷକ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ । ସେହିପରି ତିରୁଣା ଗୋପବନ୍ଧୁ ସ୍ମାରକୀ ନୋଡାଲ ସରକାରୀ ହାଇସ୍କୁଲରେ ୫ଟି ଆଂଚଳିକ ସାଧନ କେନ୍ଦ୍ରକୁ ନେଇ ଆୟୋଜିତ କର୍ମଶାଳାରେ ୪୦ଜଣ ପ୍ରଧାନ ଶିକ୍ଷକ ଓ ୫୯ଜଣ ଉତ୍ସର୍ଗୀକୃତ ଶିକ୍ଷକ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ । ଏହି କର୍ମଶାଳାରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ କେଉଁଭଳି ଭାବେ ଶିକ୍ଷାଦାନ କରାଯିବା ସହିତ ଶିକ୍ଷଣ ଉପକରଣର ବ୍ୟବହାର କରାଯାଇପାରିବ ଏହାଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରଶିକ୍ଷକ ଭାବେ ସିଆରସିସି କାଳନ୍ଦୀ ବିଶ୍ୱାଳ, ରୁଦ୍ରପ୍ରସାଦ ସ୍ୱାଇଁ, ଫକୀର ଚରଣ ସ୍ୱାଇଁ, ସହଦେବ ସେଠୀ, ଶରତ ରାଉତ, ପ୍ରଦୀପ କୁମାର ସ୍ୱାଇଁ, ସାରଦା ପ୍ରସନ୍ନ ଓଝା, କମଳଲୋଚନ ନାୟକ, ରଶ୍ମୀରଂଜନ ମଲ୍ଲିକ, ଡିଆରଜି ଭାବେ ବସନ୍ତ ଦାସ, ଅକ୍ଷୟ ରାଉତ, ଜ୍ୟୋତିରଂଜନ ସାହୁ, ବିଶ୍ୱରଂଜନ ରାଉତ ପ୍ରମୁଖ ଯୋଗ ଦେଇ ପ୍ରଧାନ ଶିକ୍ଷକ ଓ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ