ପାରିବାରିକ କଳହରୁ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ  ଘଟଣା ଘଟିଛି । ସ୍ୱାମୀ ଓ ସ୍ତ୍ରୀ କଳହରେ କ୍ରୋଧିତ ହୋଇ  ସ୍ତ୍ରୀ ନିଜ ଦେହରେ କିରୋସିନି ଢାଳି  ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ରାତ୍ର ପ୍ରାୟ  ୧୦ ଘଣ୍ଟ ସମୟରେ କୈାଣସି କାରଣକୁ କେନ୍ଦ୍ରକରି ନରେନ୍ଦ୍ରପୁର ଗ୍ରାମର ମମତା ପୋଲାଇ (୨୪) ସ୍ୱାମୀ ଅରୁଣଙ୍କ ମଧ୍ୟରେ ଝଗଡା ହୋଇଥିଲା ।ଏଥିରେ ମମତା ଉତକ୍ଷିପ୍ତ ହୋଇ ରୋଷେଇ ଘରକୁ ଯାଇ ନିଜ ଦେହରେ କିରୋସିନି ଢାଳି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଏହା ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ମହିଳାଙ୍କ ଶରୀରର ୭୦ ଭାଗ ପୋଡିଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ