ଚିତ୍ରକୋଣ୍ଡା ଥାନା ନେତୃତ୍ୱରେ ୧୩୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ
ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଏସ.ଆଇ ବିଘ୍ନ କିଶୋର ଧଳ ଙ୍କ ନେତୃତ୍ୱରେ ପୋଲିସ ଟିମ ଗତକାଲି ସନ୍ଧ୍ୟାରେ ମନ୍ତ୍ରୀପୁଟ -ଟନେଲକ୍ୟାମ୍ପ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେମାନେ ଦେଖିବାକୁ ପାଇଥିଲେ ଗୋଟିଏ ସିଲଭର ରଙ୍ଗ ମାରୁତି ସ୍ଵିଫ୍ଟ ଡିଜାଇର କାର ରେଜିଷ୍ଟ୍ରସନ ନମ୍ବର ଓଡି ୦୨ ବି ଏଲ ୯୧୩୦ ଓ କାର ପଛରେ ଆର ଏସ ସି ୩ ନମ୍ବର ଗାଁ ପଟୁ ଓଡି ୧୦ ଜେ ୬୨୨୧ ନମ୍ବର ମୋଟର ସାଇକେଲ ଆସୁଥିଲା ।ସେମାନେ ପୋଲିସ ଟିମକୁ ଦେଖି ଗାଡି ଛାଡି ଧାଇଁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କ ପିଛା କରି ୩ ଜଣକୁ ଧରିବାରେ ସଫଳ ହୋଇଥିଲେ ,କାର୍ ଭିତରେ ଯାଞ୍ଚ କରିବାରୁ ପ୍ଲାଷ୍ଟିକ୍ ଜରି ବ୍ୟାଗ୍ ଥିବା ଦେଖିବାକୁ ପାଇଥିଲେ ,୨ଟି ଗାଡିକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପରେ ଜରି ବ୍ୟାଗ ଗୁଡିକ ଫିଟାଇବାରୁ ସେଥିରେ ୧୩୩ କେଜି ୫୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ଗଞ୍ଜେଇ କୁ ଛତିଶଗଡ ରାଜ୍ୟ ରାୟପୁର କୁ ବିକ୍ରୀ କରିବାକୁ ଚେଷ୍ଟା କରୁଥିଲେ ଏବଂ ଏହି ସଂପର୍କରେ ଚିତ୍ରାକୋଣ୍ଡା ଥାନା ମାମଲା ନଂ- ୧୦୩/୨୨ ପଞ୍ଜିକୃତ ହୋଇ ଏହି ଗଞ୍ଜେଇ ଚୋରା ଚାଲାଣ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି! ଗିରଫ ଅଭିଯୁକ୍ତ ମାନେ ହେଲେ ରାୟଗଡା ଜିଲ୍ଲା ସଦର ମହକୁମା ର ଶ୍ରୀଧର ପାଣିଗ୍ରାହୀ (୩୦), ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ଜିଲ୍ଲା ନ ନ୍ଦଗିରିନଗର ଗ୍ରାମର ଟି. ସରଣ ରାଜ (୩୦)ଓ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୧୧୧ ଧନୁର୍ଜୟ ଖରା!ଆଜି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଜାମିନ ନାମଞ୍ଜୁର ହେବାରୁ ୩ଜଣ ଅଭିଯୁକ୍ତ ଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଯାଇଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡା ସୂଚନା ଦେଇଛନ୍ତି ।


