ମୋହନା ରେ ଡେଙ୍ଗୁ ସଚେତନତା ଅଭିଯାନ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ମୋହନା ଗ୍ରାମ ରେ ଦିନକୁ ଦିନ ମେଲେରିଆ ଡେଙ୍ଗୁ ଆକ୍ରାନ୍ତ ହୋଇ ବ୍ରହ୍ମପୁରୁ ମେଡିକାଲ କୁ ସ୍ଥାନାନ୍ତର ହେଇଛନ୍ତି ସେଥି ମଧ୍ୟରୁ ଜଣକ ମୃତ ମଧ୍ଯ ଘଟିଛି ଅନେକ ଲୋକ ଏବେ ମଧ୍ୟ ଚିକିତ୍ସ ଅଧୀନ ରେ ଅଛନ୍ତି ଆକ୍ରାନ୍ତ ର ମୂଖ୍ୟ କାରଣ ଘର ପାଶ୍ୱର୍ରେ ଅଳିଆ ଆବର୍ଜ୍ଜନା ପକାଇ ରଖିବା ଅପରିଷ୍କାର ସମେତ ତିନୀ ଚାରି ଦିନ ବହରେ ପାଣି ଜମାଇ ରଖିବା କରଣ ରୁ ଡେଙ୍ଗୁ ମେଲେରିଆ ବ୍ୟାପିଛି ଏହା କୁ ରୋକିବା ପାଇଁ ଜିଲ୍ଲା ପାଳ ଙ୍କ ନିର୍ଦେଶ କ୍ରମେ ମୋହନା ମେଡିକାଲ ପକ୍ଷରୁ ଆଶା ଦିଦି, ଅଙ୍ଗନୱାଡ଼ି, ସ୍ବାସ୍ଥ୍ୟ କର୍ମୀ ଙ୍କୁ ନେଇ ମେଡ଼ିକାଲ ଅଧିକାରିଣୀ ନମିତା ପଣ୍ଡା, ଡ଼ା କିଶୋର ବେହେରା, ଏନ୍ ଧନେଶ୍ଵର ରାଓ, ଶାଇ ଲିମା ପ୍ରମୁଖ ଉପସ୍ଥିତ ରେ ମେଡ଼ିକାଲ ଠାରୁ ଏକ ସଚେତନତା ଅଭିଯାନ ବାହାରି ପ୍ରତେକ୍ ସାହି ଗଳି କନ୍ଦି ରେ ଲୋକ ଙ୍କୁ ସଚେତନତା କରିଥିଲେ


