ଗୁମ୍ମା ଗୋଷ୍ଟି କେନ୍ଦ୍ରରେ ଅବ୍ୟବସ୍ଥା,ଅନୌତିକ ଭିଡ଼ିଓ ଭାଇରାଲ ନିଶାକ୍ତ ଅବସ୍ଥାରେ କାର୍ଯ୍ୟ ପରିଚାଳନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ସରକାରୀ କର୍ମଚାରୀଙ୍କ ଅବହେଳିତ ଚରମ ସୀମାରେ ପହଁଚି।ସରକାର ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଯୋଜନା ତଥା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସମୟରେ ଉପଯୁକ୍ତ ଭାବେ ପ୍ରୟୋଗ କରିବାରେ ବିଫଳ ଗୁମ୍ମା ଗୋଷ୍ଟି କେନ୍ଦ୍ର।ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ(ଏନଆରଏଚଏମ୍) ବିଭାଗରେ ନିୟୋଜିତ ଥିବା ବିଏଏମ୍ ଗଙ୍ଗାଧର ଆଚାର୍ଯ୍ୟଙ୍କ ଅନୌତିକ ଭିଡ଼ିଓ ଭାଇରଲ ଓ ତାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ହୋଇଛି ବୋଲି ଜଣାପଡିଛି।ଗତ ୩ବର୍ଷ ହେଲା ହେଲା ଶ୍ରୀ ଆଚାର୍ଯ୍ୟ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ବିଏଏମ ଭାବେ କାର୍ଯ୍ୟରତ ଥିବା ବେଳେ ନିୟମିତ କାର୍ଯ୍ୟାଳୟକୁ ନଆସିବା, କର୍ମଚାରୀଙ୍କ ଦରମା ନିମନ୍ତେ ଧମକ ପୂର୍ଣ ଭାବେ ଲାଞ୍ଚ ମାଗିବା ଓ କାର୍ଯ୍ୟାଳୟ ଭିତରେ ଅନୌତିକ ମଦ୍ୟପାନ କରିବା ଏପରି ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ।ନିଶାକ୍ତ ଅବସ୍ଥାରେ ସରକାରୀ କାର୍ଯ୍ୟାଳୟ ଭିତରେ ଟେବୁଲ ଉପରେ ମଦ ବୋତଲ ରଖି କାର୍ଯ୍ୟ ପରିଚାଳନା କରୁଥିବା ଦେଖିବାକୁ ମିଳିଛି। ଗୁମ୍ମା ଏକ ଆଦିବାସୀ ଉପାନ୍ତ ଅଞ୍ଚଳ ହୋଇଥିବାରୁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ପରେ ମଧ୍ୟ ସ୍ୱାସ୍ଥ୍ୟ ସେବାର ଉନ୍ନତି ହୋଇନାହିଁ।ଏହି ଗୋଷ୍ଟି କେନ୍ଦ୍ରରେ ଅଧିକାଂଶ ମହିଳା କର୍ମଚାରୀ କର୍ଯ୍ୟରତ ଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ଅସଭ୍ୟ ଓ ଅସାମାଜିକ ଆଚରଣ ପାଇଁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି।କିଛି ଦିନ ମଧ୍ୟରେ ହୋଇଥିବା କାୟାକଳ୍ପ ଅର୍ଥରାଶିକୁ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ ନକରିବାରୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଛି ।କେନ୍ଦ୍ର ମଧ୍ୟରେ କୌଣସି ସ୍ଥାନରେ ପିଇବାକୁ ପାଣି ଟୁପେ ନାହିଁ ଓ ଶୌଚାଳ ଦୃଗନ୍ଧରେ ନାକ ଫାଟୁଛି ଫଳରେ ରୋଗୀକୁଳ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି।ସେପଟେ ଜହ୍ନମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ଏକଶହ ଟଙ୍କା ଲାଞ୍ଚ ମାଗିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦ ହଜାର ଜନସାଧାରଣ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଜଣେ ମଧ୍ୟ ଶିଶୁ ଆରୋଗ୍ୟ ଡାକ୍ତର ନଥିବା ଜନ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭାଗ୍ୟ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ଶିଶୁ ସେବା ଡାକ୍ତରଙ୍କ ନିଯୁକ୍ତି ଦାବି କରିଛନ୍ତି ଅଞ୍ଚଳବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ