ଗାଙ୍ଗପୁର ରେଂଜରେ ବନସଂରକ୍ଷଣ ଶିବିର ଅନୁଷ୍ଠିତ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ଅଧୁନା ସମାଜରେ ମନ୍ରୁଷ୍ୟ ଚାକଚକ୍ୟରେ ରହି ଧିରେ ଧିରେ କୋଠା ବାଡି କରି ବଣ ଜଙ୍ଗଲ ନଷ୍ଟ କରିବାରେ ଲାଗିଥିବା ବୃକ୍ଷରୋପଣ ନଷ୍ଟ କରିବାରେ ଲାଗିଛନ୍ତି । ଦିନକୁ ଦିନ ଗଛ କାଟିବା ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢିବାରେ ଲାଗିଥିବା ବେଳେ ବରଫ ତରଳିବାରେ ଲାଗିଛି । ବନ ସୁରକ୍ଷା ନିମନ୍ତେ ଉତ୍ତର ବନଖଣ୍ଡ ଅଧିନସ୍ଥ ଗାଙ୍ଗପୁର ଫରେଷ୍ଟ ରେଞ୍ଜରେ ଏକ ବନ ସଂରକ୍ଷଣ ସଚେତନତା ଶିବିର ରେଞ୍ଜର ଜି ଭେଙ୍କେଟ ରାଓଙ୍କ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭାରେ ଫରେଷ୍ଟ ଗାର୍ଡ ଲକ୍ଷ୍ମୀ ନାରାୟଣ ସେଠୀ,ବୁଢାକେନ୍ଦୁ ଫରେଷ୍ଟଗାର୍ଡ ଶିବରାମ ବିଶୋୟୀ ସମେତ ଜନସାଧାରଣ ବହୁ ମାତ୍ରାରେ ଉପସ୍ଥିିତ ଥିଲେ । ଜଙ୍ଗଲରେ ନିଆଁ ଲଗାଇବା ନାହିଁ , ଜଙ୍ଗଲକୁ କିପରି ସୁରକ୍ଷା ଦେବା ଆଦି ଉପରେ ଆଲୋକପାତ କରିଥିଲେ ।ଶେଷରେ ଉପସ୍ଥିତ ଥିବା ଫରେଷ୍ଟଗାର୍ଡ ମାନେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।


