ଆହତ ଚାଷୀ ପରିବାରକୁ ଭେଟିଲେ ବିଧାୟକ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ପାୱାରଟିଲର ଦୁର୍ଘଟଣାରେ ଆହତ ହୋଇ ଅଶ୍ୱନୀ ହସପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ଘଡେଇଙ୍କ ପରିବାକୁ ଭେଟିଛନ୍ତି ଆନନ୍ଦପୁର ବିଧାୟକ । ଆଜି ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବଞ୍ଚୋର ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ ପ୍ରମୁଖ ବିଜୟଙ୍କ ଘରେ ପହଞ୍ଚି ବିଜୟଙ୍କ ସମ୍ପର୍କରେ ପରିବାର ଲୋକଙ୍କ ସହ ଆଲୋଚନା କରି ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଆସନ୍ତା ସୋମବାର ଦିନ ବିଧାୟକ ଡାକ୍ତରଖାନା ଯାଇ ବିଜୟର ଚିକିତ୍ସା ସମ୍ବନ୍ଧରେ ଡାକ୍ତରଙ୍କ ସହ କଥାହୋଇ ଅଧିକ ଚିକିତ୍ସା ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଗତ ପ୍ରଥମାଷ୍ଟମୀ ଦିନ ପାୱାରଟିଲର ଦ୍ୱାରା ବିଲରେ ହଳ କରୁଥିବାବେଳେ ଅସାବଧାନତା ଯୋଗୁଁ ଖଗେଶ୍ୱର ଘଡେଇଙ୍କ ଏକମାତ୍ର ପୁଅ ବିଜୟ କୁମାର ଘଡେଇ(୨୨)ଙ୍କ ଗୋଡ କଟିଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାଇ ବିଜୟଙ୍କ ଗୋଡରେ ତିନିଥର ଅସ୍ତ୍ରୋପଚାର କରାଯିବ । ଏଣୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବ । ଖଗେଶ୍ୱରଙ୍କ ଆର୍ଥିକ ସମ୍ବଳ ନଥିବାରୁ ଏତେ ଟଙ୍କା ଯୋଗାଡ କରିବା ସମ୍ଭବପର ନୁହଁ । ଏହି ଘଟଣାରେ ଶିବନାରାୟଣପୁର ଗ୍ରାମବାସୀମାନେ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି । ଗାଁର ଯୁବକମାନେ ଘରଘର ବୁଲି ୭୦ହଜାରରୁ ଉର୍ଦ୍ଧ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଗାଁର କିଛି ଯୁବକଙ୍କ ଏପରି ଉଦ୍ୟମକୁ ସବୁ ମହଲରେ ପ୍ରସଂଶା କରାଯାଇଛି । ଏଣୁ ଜନହୀତ ସେବାସଂଘ ବଞ୍ଚୋ, ସର୍ଭ ଫର ପିପୁଲ ଭଳି ଅନେକ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ନିଜ ସାମର୍ଥ୍ୟମତେ ସହଯୋଗ କରିଚାଲିଛନ୍ତି । ସେହିପରି ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ