ଜିଲ୍ଲା ସ୍ତରୀୟ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରପରିଷଦ ଟାଉନହଲ ପରିସରରେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଯୁଗ୍ମ ସଚିବ ପ୍ରଶାନ୍ତ କୁମାର ମିଶ୍ର, ସ୍ୱଳ୍ପ ସଞ୍ଚୟ ବିଭାଗ ସହକାରୀ ନିର୍ଦେଶକ ସଙ୍କର୍ଷଣ ପଟ୍ଟନାୟକ, ନାବାର୍ଡର ଡି.ଡି.ଏମ. ଅଶୋକ କୁମାର ନାୟକ, କେନ୍ଦ୍ରାପଡା ଡିଭିଜନର ଡାକ ଅଧିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିôଲେ । ବ୍ୟକ୍ତିଟିଏ ଆର୍ଥିକ ସାକ୍ଷର ଓ ସ୍ୱାବଲମ୍ବୀ ହେଲେ ଚିଟ୍ଫଣ୍ଡ ଭଳି ବିଭିନ୍ନ ନକଲି ସଂସ୍ଥାର ମିଥ୍ୟା ପ୍ରତିଶ୍ରୁତିରେ ପ୍ରଲୋଭିତ ନହୋଇ ସଠିକ ଢଙ୍ଗରେ ଓ ଉଚିତ ସଂସ୍ଥାରେ ନିଜ କଷ୍ଟ ଉପାର୍ଜିତ ସଞ୍ôଚତ ଅର୍ଥର ସୁବିନିଯୋଗ କରି ଲାଭବାନ ହେବା ସଙ୍ଗେ ସଙ୍ଗେ ନିଜ ଭବିଷ୍ୟତକୁ ସୁରକ୍ଷିତ କରିପାରିବ ବୋଲି ମତପ୍ରକାଶ ପାଇଥିଲା । ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ କିଭଳି ଆର୍ଥିକ ସାକ୍ଷର ହୋଇପାରିବେ ସେ ନେଇ ପଦକ୍ଷେପ ନେବାକୁ ଶିବିରରେ ଉପସ୍ଥିତ ଥିବା ତୁଳସୀ ମହାବିଦ୍ୟାଳୟର ଛାତ୍ରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । ଜନ ସାଧାରଣ କିଭଳି ନିଜ ଉପାର୍ଜିତ ଅର୍ଥର ସଦୁପଯୋଗ କରି ଭବିଷ୍ୟତରେ ଆର୍ଥିକ ଜୀବନ ସୁଦୃଢ କରିପାରିବେ ସେ ସମ୍ପର୍କରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବିଭିନ୍ନ ପରାମର୍ଶ ଦେଇଥିଲେ । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅମ୍ବରିଶ ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗର ବରିଷ୍ଠ ରାଜସ୍ୱ ସହାୟିକା ରୀନା ନାଥ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


