+୨ କଲେଜ ଛାତ୍ରୀଙ୍କୁ ଅପହରଣ

ହାଟଡିହି ,(ଓ୍ବାଇଏନଏସ):  କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରୁ ଜଣେ +୨ କଲେଜ ଛାତ୍ରୀ(୧୬ ବର୍ଷ)ଙ୍କୁ ଅପହରଣ କରାଯାଇଥିବା ନେଇ ଶନିବାର ସନ୍ଧ୍ୟାରେ ଅଭିଯୋଗ ହୋଇଛି l ପୋଲିସ ମାମଲା ନଂ ୩୭୨/୨୦୨୬ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି l ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ ଘର ଆନନ୍ଦପୁର ଥାନା ବଂଚୋ ଅଞ୍ଚଳରେ ହୋଇଥିବା ବେଳେ ସେ ନନ୍ଦିପଦା ଥାନା ଅଧୀନ ଆମ୍ବୋ ଅଞ୍ଚଳରେ ନିଜ ମାମୁଁ ଘରେ ରହି ପଢୁଥିଲେ l ଗତ ସେପ୍ଟେମ୍ବର ୨୪ ତାରିଖ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା l ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିନଥିଲା l ଶେଷରେ ନିରୁପାୟ ହୋଇ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତିl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ