ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ତାଲିମ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ତିନି ଗୋଟି କେନ୍ଦ୍ରରେ ଅଗଷ୍ଟ ୨୪, ୨୫ ଓ ୨୬ ତାରିଖ ତିନିଦିନ ପାଇଁ ଏକ ଦିବସୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୨୪ ତାରିଖ ପ୍ରଥମ ଦିବସରେ ୫୦ ଜଣ ଶିବିରାର୍ଥୀଙ୍କୁ ନେଇ କାଦପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିଲେ। ସେହିପରି ୨୫ ତାରିଖ ଦିନ ୫୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦଙ୍କୁ ନେଇ ଏକ ଦିବସିୟ ତାଲିମ ଶିବିର ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଥିଲା। ତୃତୀୟ ଦିବସରେ ବୁଗୁଡା ବାଘ୍ରଦେବୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ତାଲିମ ଦିଆଯାଇଥିଲା। ସମସ୍ତ ତିନି ଗୋଟି କେନ୍ଦ୍ରରେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ସୋନାଲିନ ପଣ୍ଡା ସଂଯୋଜନା କରିଥିବା ବେଳେ ଶିକ୍ଷକ ଦିଲ୍ଲୀପ କୁମାର ଗନ୍ତାୟତ, ଶିକ୍ଷକ ଅମେରଶ ପ୍ରଧାନ ଓ ବି.ଆର.ଟି. ସୁଶାନ୍ତ କୁମାର ଡାକୁଆ ତାଲିମ ପ୍ରଧାନ କରିଥିଲେ। ୨୧ ପ୍ରକାର ଭିନ୍ନକ୍ଷମ ପିଲାମାନଙ୍କୁ କିପରି ଚିହ୍ନଟ କରିବେ, ଭିନ୍ନକ୍ଷମଙ୍କ ତତ୍ତ୍ୱାବଧାନ , ସରକାରୀ ସାହାଯ୍ୟ ପ୍ରଭୃତି ବିଷୟ ନେଇ ଅଭିଭାବକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ବିଇଓ ଅଫିସ କର୍ମଚାରୀ ଯୁଗଳ ବେହେରା, ସସ୍ମିତା ଦେବୀ, ବି.ଦୁର୍ଗା ପ୍ରସାଦ ଙ୍କ ସମେତ ଭିନ୍ନକ୍ଷମ କର୍ମୀ ଲକ୍ଷ୍ମଣ କୁମାର ସେଠୀ, ପ୍ରମୋଦ କୁମାର ମିଶ୍ର, ବଦ୍ରୀ ପ୍ରସାଦ ସ୍ବାଇଁ, ଓ ଦୀପକ କୁମାର ସେଠୀ ତାଲିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ